ମାଟ୍ରିକ ପରୀକ୍ଷା ପରିଚାଳନା କମିଟି କପି ଓ ଓଏମଆର ସିଟ ଗାଏବ ପ୍ରସଙ୍ଗ ବୈଠକ ବିଫଳ
Khabar Odisha:Education-Odisha-Matric-exam-meeting-failure-by-board
ଭୁବନେଶ୍ୱର, ମାର୍ଚ୍ଚ ୧୨(ଖବର ଓଡ଼ିଶା):

ମାଟ୍ରିକ ପରୀକ୍ଷା ଆରମ୍ଭରୁ ଶେଷ ଯାଏଁ  ବିଭ୍ରାଟ ସୃଷ୍ଟି ହୋଇଥିଲା । କପି ଓ ଓଏମଆର ସିଟ ଗାଏବ ପ୍ରସଙ୍ଗରେ ତିନୋଟି ସ୍କୁଲରେ ପରୀକ୍ଷା ବାତିଲ ନେଇ ଆଜି କଟକରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୈଠକ ବସିଥିଲା । ବୈଠକରେ ଆଲୋଚନା ହୋଇ କୈାଣସି ନିଷ୍କର୍ଷ ବାହାରିପାରି ନାହିଁ । ଏବେ ବି ୭୮୩ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଛି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲରୁ ଆରମ୍ଭ ହୋଇ ଭାଇରାଲରେ ହିଁ ଶେଷ ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ ସାଙ୍ଗକୁ  କେତେକ ପରୀକ୍ଷା କେନ୍ଦ୍ରରେ କପି ଓ ଗୋଟିଏ ବିଦ୍ୟାଳୟରେ ଓଏମଆର ସିଟ ଗାଏବ ଭଳି ବିଭ୍ରାଟ ହୋଇଥିଲା । ପରୀକ୍ଷାର ପ୍ରାୟ ସବୁଦିନ ପ୍ରଶ୍ନପତ୍ର ଭାଇରାଲ ,ଇଂରାଜୀ ପରୀକ୍ଷାରେ କେତେକ ସ୍କୁଲରେ କପି ଓ ମାଲକାନଗିରି ପଡ଼ିଆ ଏସଏସଡ଼ି ହାଇସ୍କୁଲରେ ଗଣିତ ପରୀକ୍ଷାର ୧୦୮ଟି ଓଏମଆର ଗାଏବ ହୋଇଥିଲା ।ଏହି ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ତିନୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ବାତିଲ ଓ କିଛି ନିଷ୍ପତି ପାଇଁ ଆଜି କଟକରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୈଠକ ବସିଥିଲା । ମାଟ୍ରିକ ପରୀକ୍ଷା ପରିଚାଳନା କମିଟିର ବୈଠକ ବିଫଳ ହୋଇଛି । ଏହି ବୈଠକରୁ କୈାଣସି ନିଷ୍କର୍ଷ ବାହାରିପାରି ନାହିଁ । ୭୮୩ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଛି ।

Subscribe

National International State Sports Entertainment