ଆରମ୍ଭ ହେଲା ଚଳିତବର୍ଷର CBSE ଦଶମ ଓ ଦ୍ଵାଦଶ ପରୀକ୍ଷା
Khabar Odisha:CBSE-10th-and-12th-exams-have-started-from-today
ଖବର ଓଡିଶା : 15/02/2023

 ଆଜିଠୁ ଆରମ୍ଭ ହୋଇଛି CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଆଜିଠୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇଛି । ସକାଳ ସାଢେ଼ ୧୦ଟାରୁ ଆରମ୍ଭ ହୋଇ ଦିନ ସାଢେ଼ ଗୋଟାଏ ଯାଏ ପରୀକ୍ଷା ହେବ। ଚଳିତବର୍ଷ ରାଜ୍ୟରେ ପ୍ରାୟ ୫୦ ହଜାର ପିଲା ପରୀକ୍ଷା ଦେଉଛନ୍ତି। ୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେଉଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରୀଛାତ୍ର ଦେଉଛନ୍ତି । ଏଥିପାଇଁ  ଦେଶରେ ୭୨୫୦ ସେଣ୍ଟର ହୋଇଥିବା ବେଳେ ବାହାରେ ୨୬ ଟି ଦେଶରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନ ଧରି ଚାଲି ୨୧  ମାର୍ଚ୍ଚରେ ସରିବ , ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦୀର୍ଘ ୩୬ ଦିନ ଧରି ଚାଲିବାକୁ ଥିବାବେଳେ ଏହା ୫ ଏପ୍ରିଲରେ ସରିବ । ଦଶମରେ ୭୬ଟି ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ବାଦଶରେ ୧୧୫ ଟି ବିଷୟରେ ପରୀକ୍ଷା ହେବ। କଡା ସୁରକ୍ଷା ମଧ୍ୟରେ ଆଜିଠାରୁ ପରୀକ୍ଷା ହୋଇଥିବା ବେଳେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍ ନେବାକୁ ଅନୁମତି ଦିଆଯାଇ ନାହିଁ ।

Subscribe

National International State Sports Entertainment