ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
Khabar Odisha:8102-junior-teachers-were-regular
ଭୁବନେଶ୍ୱର, ଜାନୁଆରୀ ୦୧(ଖବର ଓଡିଶା):

ନିୟମିତ ହେଲେ ୮ ହଜାର ୧୦୨ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ ୨୦୧୫ ମସିହା ଜାନୁଆରୀରେ ନିଯୁକ୍ତ ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଥିବା ସେ କହିଛନ୍ତି । 

୬ ବର୍ଷ ୧୧ ମାସ ପରେ ଏମାନଙ୍କୁ ନିୟମିତ କରାଯାଇଛି । ଏହାରି ଭିତରେ ୪୦୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ସେହିପରି ୨୦୨୨ ଲାଗି ୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ଅନ୍ୟ ବ୍ଲକରେ ଏବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ଏବଂ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢା ଆରମ୍ଭ କରାଯିବ । 

ସେପଟେ ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯିବା । ଏହସହିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏଗାର ହଜାର ଶିକ୍ଷକ ନିୟୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ପ୍ରାଥିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରୁତ୍ୱ ଦିଆଯିବା ଉପରେ ଧ୍ୟାନ ଦିଆଯାଉଛି ।

  • Tags:

Subscribe

National International State Sports Entertainment