ଆସନ୍ତାକାଲି ଠାରୁ 2 ବର୍ଷିଆ ବିଏଡ୍ ର ନାମଲେଖା ଆବେଦନ ଆରମ୍ଭ ହେବ । ଏଥି ସହିତ ବିଏଚଏଡ୍ ଓ ଏମ୍ଏଡ୍ ନାମଲେଖା ପାଇଁ ଆସନ୍ତା କାଲିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ବିଏଚ୍ ଏଡ୍ ଏବଂ ଏମ୍ ଏଡ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ଶିକ୍ଷାର୍ଥୀମାନେ ଜୁନ୍ ୧୦ ତାରିଖ ମଧ୍ୟରେ ଅନ୍ଲାଇନରେ ଆବେଦନ କରିବେ। ଜୁନ୍ ୧୧ରେ ଆପ୍ଲିକେସନ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ। ଆବେଦକାରୀଙ୍କ ସମସ୍ତ ଆପ୍ଲିକେସନକୁ ଜୁନ୍ ୧୮ରେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସ୍ଏସ୍ବି) ନିକଟରେ ଦାଖଲ କରାଯିବ। ଏସ୍ଏ ସ୍ବି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ। ଜୁଲାଇ ୧୫ରୁ ଏସ୍ଏସ୍ବି ୱେବ୍ସାଇଟ୍ www.samsodisha.gov. www.ssbodisha.ac.inରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଜୁଲାଇ ୨୪ରେ ବିଏଡ୍ ଓ ବିଏଚ୍ ଏଡ୍ର ପ୍ରବେଶିକା ପରୀକ୍ଷା କରାଯିବ। ଜୁଲାଇ ୨୫ରେ ଏଏଡ୍ର ପ୍ରବେଶିକା ପରୀକ୍ଷା ହେବ। ଏସ୍ଏସ୍ବି ଦ୍ଵାରା ପ୍ରବେଶିକା ପରୀକ୍ଷାର ମୂଲ୍ୟାୟନ ପରେ ଏହାର ମାର୍କ ଓକାକ୍କୁ ଅପଲୋଡ୍ କରିବାକୁ ଦିଆଯିବ। ଆବେଦନକାରୀମାନେ ଏମାନେ ଜୁଲାଇ ୧୫ରୁ ୨୨ ମଧ୍ୟରେ ଯୋଗ୍ୟତା ପ୍ରମାଣପତ୍ର ଅନ୍ଲାଇନ୍ରେ ଦାଖଲ କରିବା ସହ ଇଛା ମୁତାବକ ଶିକ୍ଷାନୁଷ୍ଠାନକୁ ଚଏସ୍ ଲକିଂ କରିବେ। ଏନୋ ଏନେଇ ସାମ୍ସ ୱେବ୍ସାଇଟରେ ସମସ୍ତ ସୂଚନା ରହିଛି।
ସୂଚନାଯୋଗ୍ୟ, ଚଳିତ ଶିକ୍ଷା ବର୍ଷ (୨୦୨୪-୨୫) ପାଇଁ ୩୧ଟି ଶିକ୍ଷାନୁଷ୍ଠାନରେ ୨୭୫୦ଟି ସିଟ୍ରେ ନାମଲେଖା ହେବ। ଗତବର୍ଷ ମୋଟ୍ ୨୮ ଶିକ୍ଷାନୁଷ୍ଠାନରେ ୨ହଜାର ସିଟ୍ ଥିଲା। ଚଳିତ ବର୍ଷ ଏହା ୭୫୦ ସିଟ୍ ବୃଦ୍ଧି ପାଇଛି। ଚଳିତବର୍ଷ ବର୍ଷ ୨ଟି ଫେଜ୍ରେ ନାମଲେଖା ହେବ। ପ୍ରଥମ ଫେଜ୍ରେ ୪ଟି ରାଉଣ୍ଡରେ ନାମଲେଖା ପ୍ରକ୍ରିୟା କରାଯିବ। ନାମ ଲେଖା ଆବେଦନ ସମୟରେ ଆବାସିକ, ଆୟ ଓ ଜାତିଗତ ପ୍ରମାଣପତ୍ରର ଆବଶ୍ୟକ।
ଅଧିକା ପଢନ୍ତୁ: ୩୨ ବର୍ଷ ଧରି ଶତପ୍ରତିଶତ ସଫଳତା ଦୋହରାଉଛି ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟାମନ୍ଦିର