ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ରହ୍ମପୁରର ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟାମନ୍ଦିର କ୍ରମାଗତଭାବେ ୩୨ ବର୍ଷ ଧରି ଶତପ୍ରତିଶତ ସଫଳତା ଦୋହରାଇବାର ଗୌରବ ଅର୍ଜନ କରିଛି । ଏଥିସହ ସର୍ବାଧିକ ଛାତ୍ରଛାତ୍ରୀ ଏ ୱାନ୍ ଗ୍ରେଡ୍ ପାଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ବିଗତ ୩୨ ବର୍ଷ ଧରି ୧୦୦% ସଫଳତା ହାସଲ କରିଆସୁଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୩୮୩ ଜଣ ଛାତ୍ର/ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ଏ-୧ ଗ୍ରେଡ୍ରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅର୍ଥାତ୍ ୫୪ ଜଣ, ଏ-୨ ଗ୍ରେଡ୍ରେ ୧୩୧ ଜଣ, ଏବଂ ଏ-ଓ ଗ୍ରେଡ୍ରେ ୧୧୪ ଜଣ, ଉତ୍ତୀର୍ଣ୍ଣ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଆୟୁଶ ଆଶୁତୋଷ ବେହେରା ମୋଟ ୫୮୨ ମାର୍କ (୯୭%), ଦ୍ଵିତୀୟ ସ୍ଥାନରେ ଏସ୍. ନିହାର ରଞ୍ଜନ ପାତ୍ର ୫୭୮ ମାର୍କ (୯୬.୩୩%), ତୃତୀୟ ସ୍ଥାନରେ ମିଳିତ ଭାବେ ପ୍ରଭୁସ୍ମିତା ପଣ୍ଡା ଓ ପ୍ରିୟଙ୍କା ଚୌଧୁରୀ ମୋଟ ୫୭୨ ମାର୍କ (୯୫.୩୩%) ଚତୁର୍ଥ ସ୍ଥାନରେ ସ୍ନିଗ୍ଧା ରାଣୀ ପ୍ରଧାନ ମୋଟ ୫୭୧ ମାର୍କ (୯୫.୧୭%) ରଖିବାର ଗୌରବ ଅର୍ଜନ କରିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଜିବାନନ୍ଦ ତ୍ରିପାଠୀ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ଓସମସ୍ତ ସଦସ୍ୟ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ଆଆଚାର୍ଯ୍ୟ ଏବଂ ଶୈକ୍ଷିକ ପ୍ରଶାସକ ଉମାଧବ ମହାନ୍ତି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।