ବାଜିଲା +୨ ପରୀକ୍ଷା ଘଣ୍ଟି
Khabar Odisha:2-exam-schedule-declared
ଭୁବନେଶ୍ୱର,ଡିସେମ୍ବର ୨୭(ଖବର ଓଡ଼ିଶା)

 ଘୋଷଣା ହେଲା 2020 ବର୍ଷ ପାଇଁ +୨ ପରୀକ୍ଷା ତାରିଖ । ମାର୍ଚ୍ଚ 3ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା । +୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ 3ରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ । ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ 4ରୁ ଆରମ୍ଭ ହୋଇ 26 ତାରିଖରେ ଶେଷ ହେବ ସେହିପରି କଳା ବିଭାଗର ପରୀକ୍ଷା ମଧ୍ୟ ମାର୍ଚ୍ଚ 4ରୁ ଆରମ୍ଭ ହୋଇ 27 ତାରିଖରେ ଶେଷ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପ୍ରାକଟିକାଲ ପରୀକ୍ଷା ଜାନୁୟାରୀ 27ରୁ ଆରମ୍ଭ ହୋଇ ଫେବ୍ରୃଆରୀ 5 ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ 3ଲକ୍ଷ 49 ହଜାର 154 ଜଣ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେବେ ବୋଲି ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।   

Subscribe

National International State Sports Entertainment