ଭୁବନେଶ୍ୱର: ପୁଣି ଅଶାନ୍ତ ପଡୋଶୀ ରାଜ୍ୟ । ଓଡିଶା ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ପୁଣି ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଗୁଳିରେ ଦୁଇ ମୁଖ୍ୟ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ର ନାରାୟଣପୁର ଓ କୋଣ୍ଡାଗାଁ ଅଞ୍ଚଳରେ ମାଓବାଦୀଙ୍କ ଉପରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ।
- ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ
- ୨ ଦୁର୍ଦାନ୍ତ ମାଓବାଦୀ ନିପାତ
- ଛତିଶଗଡ଼ର ନାରାୟଣପୁର ଓ କୋଣ୍ଡାଗାଁ ଅଞ୍ଚଳରେ ପୋଲିସର ଆକ୍ସନ
- ମଙ୍ଗଳବାର ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ
ଦୁଇ ମୃତକ ହେଲେ ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ହଳ ଧର ଓ ଏସିଏମ୍ କ୍ୟାଡ଼ରର ରାମୋ । ଏହି ଦୁଇ ଦୁର୍ଦ୍ଦଶ ଆତଙ୍କବାଦୀଙ୍କ ମୁଣ୍ଡ ଉପରେ ଯଥାକ୍ରମେ ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ମୃତକଙ୍କ ଶରୀର ନିକଟରୁ ଏକେ - ୪୭ ବନ୍ଧୁକ ଜବତ କରାଯିବ ସହିତ ଅଫୁଟା ଗୁଳି ଜବତ କରାଯାଇଛି । ମଙ୍ଗଳବାର ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ଏପରି ସଫଳତା ମିଳିଛି ।