ଅନୁଗୁଳ: ଭୟାବହ ଅଗ୍ନିକାଣ୍ଡରେ ଛାରଖାର ହୋଇଗଲା ଘର । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଲଙ୍ଗ ଗ୍ରାମରେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳୁଛି ।
ସୂଚନାନୁଯାୟୀ ବିଳମ୍ବିତ ରାତ୍ରିରେ ଦିଲ୍ଲୀପଙ୍କ ଘରେ ବୈଦ୍ୟତିକ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ନିଆଁ ଘରେ ବ୍ୟାପି ଆସବାବପତ୍ରରେ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨ ସିଲିଣ୍ଡର ମଧ୍ୟ ଫଟିବାରୁ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା । ପରେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ରାତି ଗୋଟେ ସମୟରେ ଏହା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଅଗ୍ନିକାଣ୍ଡରେ ଦିଲ୍ଲୀପଙ୍କ ଦୁଇ ବଖରା ଘର, ନଗଦ ଟଙ୍କା, ୧୦ଟି ଛେଳି, ଧାନ, ମୁଗ, ବିରି ଆଦି ଫସଲ ଜଳି ଛାରଖାର ହୋଇଯାଇଛି । ଦୁଇଟି ସିଲିଣ୍ଡର ବ୍ଲାଷ୍ଟ ହେବା ଫଳରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ରାତିତମାମ ଉଜାଗର ରହିଥିଲେ ।
ଆଗକୁ ପଢନ୍ତୁ : ପୋଲିସ ଷ୍ଟେସନରେ ରକ୍ତପାତ: ସହକର୍ମୀଙ୍କ ଛାତିରେ ୧୨ଥର ଗୁଳି ଚଳାଇଲେ କନଷ୍ଟେବଳ