ସମ୍ବଲପୁର: ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ l ଏହି ବନ୍ଦ ଡାକରା ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଦିଆଯାଇଛି l ସହର ଦୋକାନ ବଜାର, ସରକାରୀ ଓ ବେସରକାରୀ ଅଫିସ , ସ୍କୁଲ କଲେଜ ଓ ବସ ଚଲାଚଳ ବନ୍ଦ ସମ୍ପୂର୍ଣ୍ଣ ବନ୍ଦ ରହିଛି l ସାଧାରଣ ଲୋକଙ୍କ ପାଇଁ ଯାନାବାହାନ ଚଳାଚଳ ସ୍ୱାଭାବିକ ରହିଛି l ସକାଳୁ ଚାଷୀ ମାନେ ସହର ସାରା ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିଛନ୍ତି l ଟୋକନ ସମସ୍ୟା ନେଇ ଚାଷୀ ମାନେ ଏହି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛନ୍ତି l ଏହି ବନ୍ଦ ଡାକରାକୁ ସହର ସମସ୍ତ ସଂଗଠନ ଓ ସଙ୍ଘ ଏବଂ ବିଜେଡି ଦଳ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ଜଣାଇ ଚାଷୀଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଛିl