ବଲାଙ୍ଗିର ଦୀର୍ଘ ୨୫ ବର୍ଷ ଧରି ଦେଶ ସେବାରେ ନିୟୋଜିତ ଥିଲେ। ଘର ପରିବାର ଛାଡି ଦେଶର ସୀମା ଜଗୁଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ସେବକ ଭାବରେ ଭାରତ ମାତାର ସୁରକ୍ଷା କରିଥିବା ଗାଁ ମାଟିର ପୁଅ ଯେତେବେଳେ ଘରକୁ ଫେରିଛି ପରିବାର ପରିଜନ,ବନ୍ଧୁବାନ୍ଧବ ଓ ଗ୍ରାମ ବାସୀ ଖୁସି କହିଲେ ନ ସରେ। ଗୀତ ବାଦ୍ୟ ତାଳେ ତାଳେ ତାଙ୍କୁ ଗାଁ ମୁଣ୍ଡରୁ ଘର ପର୍ଯ୍ୟନ୍ତ ପାଛୋଟି ନେଇଛନ୍ତି।ଗୁରୁବାର ଅପରାହ୍ନରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ସହର ଉପକଣ୍ଠ ସ୍ଥତ ପୁଇଁତଲା ଗ୍ରାମରେ।
ପ୍ରକାଶ ଯେ ପୁଇଁତଲା ଗ୍ରାମର ଚରଣ ମୁଗ୍ରୀ ବିଏସଏଫର ୧୦୫ ବାଟାଲିୟାନରେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ। ଦୀର୍ଘ ୨୫ ବର୍ଷ ଧରି ସେବା କରିଛନ୍ତି। ସେବା ନିବୃତ ହୋଇ
ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀ ଭାବରେ କାମ କରିବା ପରେ ସେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ୧୯୯୯ରେ ସେ ବିଏସଏଫରେ ଯୋଗଦାନ କରିଥିଲେ। ରାଜସ୍ଥାନ, ଗୁଜୁରାଟ, ପଞ୍ଚାବ, ଜମ୍ମୁ କାଶ୍ମୀର ଓ ଅନ୍ୟାନ୍ୟ ରାଜ୍ୟରେ ରହି ଦେଶ ମାତୃକାର ପୁଇଁତଲା ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଛି। ପୁଅ ଘରକୁ ଫେରୁଥିବା ଦେଖ୍ ମା'ର ଆଖୂରେ ଖୁସିର ଲୁହଥ୍ଲା। ଦୀର୍ଘ ୨୫ ବର୍ଷ ମାଟି ମା’ର ସେବା କରିବା ପରେ ଏବେ ନିଜର ଜନ୍ମଦାତ୍ରୀ ମାଆ ତଥା ପରିବାର ପାଇଁ ଫେରିଛନ୍ତି। ଏହା ପରେ ସେ ସମାଜସେବା କ୍ଷେତ୍ରକୁ ଓହ୍ଲାଇବେ ବୋଲି କହିଛନ୍ତି।