ଭୁବନେଶ୍ବର: ଗତ କିଛିଦିନ ପରେ ପୁଣି ମାଓ ଆତଙ୍କ ଦେଖିବାକୁ ମିଳିଛି। ଦକ୍ଷିଣାଞ୍ଚଳ ରେଞ୍ଜର ନୂତନ ପୋଲିସ ଡିଆଇଜି ବରିଷ୍ଠ ଆଇପିଏସ ସାର୍ଥକ ଷଡ଼ଙ୍ଗୀ ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ କହିଛନ୍ତି, ଯାହାକୁ ନେଇ ଆଗାମୀ ଦିନରେ ନକ୍ସଲ ଦମନ ରହିବ ପ୍ରଥମ ପ୍ରାଥମିକତା। ମୁଖ୍ୟତଃ କନ୍ଧମାଳ, ବୈଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଜାରି ରହିଛି । ତେବେ ଏ ସବୁ ସ୍ଥାନ ଆଗରୁ ମଧ୍ୟ ନକ୍ସଲଙ୍କ ଗଡ଼ ଥିବା ବେଳେ। ସବୁବେଳେ ଏଠାରେ ଲୋକମାନେ ଆତଙ୍କିତ ଥାଆନ୍ତି। କନ୍ଧମାଳ, ବୈଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ରହିଛନ୍ତି ନକ୍ସଲ। ସେମାନଙ୍କୁ ଦମନ ପାଇଁ ଅପରେସନ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପୂର୍ବରୁ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜରେ ସକ୍ରିୟ ହୋଇରହିଥିବା ଘୁମୁସର ଡିଭିଜନ ଉପରେ ଗତ କିଛି ବର୍ଷ ତଳେ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫଳରେ ଅନେକ ନକ୍ସଲ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟସ୍ରୋତରେ ଆତ୍ମସମର୍ପଣ କରିଥିଲେ। ଅନ୍ୟ କିଛି ଅଞ୍ଚଳ ଛାଡି ଅନ୍ୟତ୍ର ଚାଲିଯାଇଥିଲେ। ହେଲେ କନ୍ଧମାଳ ସୀମାନ୍ତ ଏରିଆ ସମେତ କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ପୁଣି ଥରେ କେତେକ ପୁରାତନ ନକ୍ସଲ କ୍ୟାଡରଙ୍କ ସହ କେତେକ ନୂଆ ସଂଗଠନ ମଧ୍ୟ ଗଠନ ହେଲାଣି। ରାୟଗଡ଼ା ସମେତ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜରେ ତିନି ଜିଲ୍ଲାରେ ଏହି ମାଓ ସଂଗଠନର ସକ୍ରିୟତା ରହିଛି। ତେଣୁ ପୋଲିସ, ସିଆରପିଏଫ, ଏସ୍ଓଜି ପକ୍ଷରୁ ନକ୍ସଲ ଗତିବିଧି ଉପରେ ସ୍ବତନ୍ତ୍ର ନଜର ରହିଛି।