ପୁରୀ: ଏଣିକି ସୁନା ଗହଣା କିଣିବା ପାଇଁ ଆଉ ଭୁବନେଶ୍ୱର ଯିବାକୁ ପଡ଼ିବ ନାହିଁ। ସୁନା ପ୍ରିୟ ଗ୍ରାହକଙ୍କ ପାଇଁ ପୁରୀ ବଡଦାଣ୍ଡରେ ୧୧ ତାରିଖ ଦିନ ୧୧ଟା ସମୟରେ ଅରୁନ୍ଧତୀ ଜୁଏଲର୍ସର ନବମ ସୋ ରୁମ ଉଦଘାଟିତ ହୋଇଛି। ପ୍ରତ୍ୟେକ କ୍ରୟ ଉପରେ ସୁନିଶ୍ଚିତ ଉପହାର ସହ ୩୫ ଜଣଙ୍କୁ ଭାଗ୍ୟଶାଳୀ ଲକ୍ଷପତି ହେବାର ସୁଯୋଗ ରହିଛି। ଯାହାକୁ ନେଇ ଗ୍ରାହକଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଜୁଏଲାରୀଟି ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ଅରୁନ୍ଧତୀର ନିର୍ଦ୍ଦେଶକ। ଓଡ଼ିଶାର ଅଗ୍ରଣୀ ଓ ସର୍ବବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଆଜି ବଡ଼ଦାଣ୍ଡରେ "ଅରୁନ୍ଧତୀ ଜୁଏଲର୍ସ" ର ଅତ୍ୟାଧୁନୀକ ନବମ ଫ୍ଲାଗସିପ୍ ଗହଣା ସୋରୁମ୍ ଓଲିଉଡ ନାୟିକା ତଥା ଅରୁନ୍ଧତୀ ଜୁଏଲର୍ସ"ର ବ୍ରାଣ୍ଡ ଆମ୍ବାସଡ଼ର ଅର୍ଚ୍ଚିତା ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଛି। ଏହି ନୂତନ ସୋରୁମ୍ ର ଶୁଭାରମ୍ଭ ଅବସରରେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଅର୍କଷଣୀୟ ଅଫର ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ HUID ଶୁଦ୍ଧତାଯୁକ୍ତ ସୁନାଗହଣାର ଗଢା଼ମଜୁରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ, ରୁପାଗହଣାର ଗଢା଼ମଜୁରୀ ଉପରେ ୨୫ ପ୍ରତିଶତ ଓ ହୀରାଗହଣାର ହୀରାମୂଲ୍ୟ ଉପରେ ୨୫ ପ୍ରତିଶତ ରିହାତି ଏବଂ ପୁରୁଣା ସୁନାଗହଣା ବଦଳରେ ୨.୫% ଅଧିକ ମୂଲ୍ୟ ପାଇପାରିବେ। ଏହା ସହିତ ବୁଣା ପ୍ରିମିୟମ ସମ୍ବଲପୁରୀ ଶାଢ଼ୀର କ୍ରୟ ଉପରେ ୧୫ପ୍ରତିଶତ ରିହାତି ସହିତ ପ୍ରତ୍ୟେକ କ୍ରୟ ଉପରେ ଆକର୍ଷଣୀୟ ଉପହାର ଓ ୩୫ ଜଣଙ୍କୁ ଭାଗ୍ୟଶାଳୀ ଲକ୍ଷପତି ବିଜେତା ହେବାର ସୁଯୋଗ ରହିଛି।