କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି ବାଙ୍କୋଇ ଗ୍ରାମରେ ଭିନ୍ନ ଏକ ପରମ୍ପରା ଛତ୍ରୀ ଯାତ୍ରା । ଗ୍ରାମରେ ପୁଜା ପାଉଥିବା ମା’ରାମଚଣ୍ଡୀ ଙ୍କ ଦଶହରା ପର୍ବ ଅବସରରେ ଏହି ଛତ୍ରୀ ଯାତ୍ରା ପାରମ୍ପରିକ ଭାବେ ପାଳନ ହୋଇଆସୁଛି ।। ଗ୍ରାମରେ ପୁଜା ପାଉଥିବା ମା’ରାମଚଣ୍ଡୀ ଙ୍କ ଦଶହରା ପର୍ବ ଅବସରରେ ଏହି ଛତ୍ରୀ ଯାତ୍ରା ପାରମ୍ପରିକ ଭାବେ ପାଳନ ହୋଇଆସୁଛି । ଦଶହରା ପୁଜା ପାଇଁ ଆଶ୍ୱିନ ମାସ ଅମାବାସ୍ୟା ଠାରୁ ଦଶହରା ପର୍ଯ୍ୟନ୍ତ ଗ୍ରାମର କଚେରୀବର ସ୍ତିତ ଅସ୍ଥାନରେ ମା ରାମଚଣ୍ଡୀ ଅବସ୍ଥାନ କରିଥାନ୍ତି । ଏଥିପାଇଁ ମା ଙ୍କର ବିଜେପ୍ରତିମା ଏକ ଛତ୍ରିଯାତ୍ରାରେ ମନ୍ଦିର ଠାରୁ ଗ୍ରାମର କଚେରୀବର ଠାରେ ଆସ୍ଥାନ ବିଜେକରିଥାନ୍ତି । ଏହି ଯାତ୍ରା ଅବସରେ ମାଙ୍କର ୨ଭଉଣୀ ରୁପେ ଗ୍ରାମରେ ପୁଜା ପାଉଥିବା ମା ଫୁଲୁକାଶୂଣୀ ଓ ଜଟେଇଶୁଣୀ ପ୍ରଥମେ କଚେରୀବର ସ୍ଥିତ ମାଙ୍କ ଆସ୍ଥାନ କୁ ବିଜେକରିଥାନ୍ତି । ଛତ୍ରୀ ଯାତ୍ରା ରେ ମାଙ୍କର ଅଶିଷ ପାଇବା ପାଇଁ ପିଲା ମାନେ ଏକ ବାଉଁଶନିର୍ମିତ ଛତ୍ରୀ ଧରି ମାଙ୍କ ସାଥିରେ କଚେରୀ ପର୍ଯ୍ୟନ୍ତ ପଟୁଆରେ ଯାଇ ଛାତ୍ରୀ ଯାତ୍ରାର ମଜା ନେଇଥାନ୍ତି ।
ଏହି ଯାତ୍ରାରେ ପିଲା ମାନେ ଏକ ବାଉଁଶ ନିର୍ମିତ ଛତ୍ରୀ ଧରିଥିବା ବେଳେ ଏହି ଛତ୍ରିର ଚାରିପାର୍ଶ୍ୱରେ କଇଁ ଫୁଲ ଝୁଳୁଥିବାର ଶୋଭା ସାଥିକୁ ଛତ୍ରୀର ଅଗ୍ରଭାଗରେ ଏକ ନିଆଁ ହୁଳା ଜଳୁଥିବାର ଦୃଶ୍ୟ ଯାତ୍ରାକୁ ବେଶ ଆକର୍ଷଣୀୟ କରିଥାଏ । ମାରାମଚଣ୍ଡୀ ପିଲା ମାନଙ୍କୁ ଅଧିକ ଭଲପାଉଥିବାର ବିଶ୍ୱାସ ଗ୍ରାମରେ ରହିଛି । ଏପରିକି ପିଲା ମାନଙ୍କ ସହିତ ଡୁଡୁ ଖେଳିବାକୁ ମା ଭଲପାଇଥାନ୍ତି ତେଣୁ ଡୁଡୁ ଖେଳ ଅର୍ଥାତ ବର୍ତମାନ କୁହାଯାଉଥିବା କବାଡି ଖେଳ କୁ ମା ଭଲ ପାଉଥିବାରୁ ମାଙ୍କ କଚେରୀବର ସ୍ଥିତ ଅସ୍ଥାନ ଠାରେ ଗ୍ରାମର ଯୁବକମାନଙ୍କ ପକ୍ଷରୁ ଆୟୋଜିତ ହୋଇ ଆସୁଛି ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଂଟ । ଏହି ଟୁର୍ଣ୍ଣାମେଂଟର ନାମ ରହିଛି ମା” ରାମଚଣ୍ଡୀ କବାଡି ଟୁର୍ଣ୍ଣାମେଂଟ । ଚଳିତ ବର୍ଷ ମା ଙ୍କର ଛତ୍ରୀ ଯାତ୍ରାରେ ବିଭିନ୍ନ ବାଣ ବାଦ୍ୟ ଏବଂ ନାଚ ସହିତ ଏକ ଆଟୋପ ପଟୁଆରେ ମା ମନ୍ଦିର ଠାରୁ ଗ୍ରାମ ପରିକ୍ରମା କରି କଚେରିବର ସ୍ଥିତ ଆସ୍ଥାନକୁ ବିଜେ କରିଛନ୍ତି । ଏହି ଅବସରେ କଚେରୀବର ସ୍ଥିତ ମାଙ୍କ ଆସ୍ଥାନ ନିକଟରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ପରିବେଷିତ ହୋଇଥାଏ । ସେହିପରି ମାଙ୍କର ଦଶହରା ପୁଜା ପରେ ମା ନିଜ ମନ୍ଦିରକୁ ବାହୁଡି ଥାନ୍ତି । ସେହୁପରି ମାଙ୍କ ଏହି ନିଆରା କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।