ଓଡିଶାର ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଦୁଇଟି ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହ ଜଗନ୍ନାଥପୁର ଗ୍ରାମ ନିକଟରେ ଥିବା ଜଙ୍ଗଲରେ ମିଳିଥିଲା। ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ଦୁଇଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଖିଥିଲେ। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । ଏହାସହ ଏକ ଡାକ୍ତରୀଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ମୃତଦେହକୁ ଦେଖିଥିଲେ। ତେବେ ହାତୀ ଦୁଇଟିର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। ହାତୀ ଦୁଇଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ।
ଅଧିକ ପଢ଼ନ୍ତୁ : ଯଦି ଆପଣମାନେ ଗୁଗଲରେ ଏମିତି କିଛି ଜିନିଷ ସର୍ଚ୍ଚ କରୁଛନ୍ତି , ତାହାଲେ ହୋଇଯାଆନ୍ତୁ ସାବଧାନ !