ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରୁଥିବା ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଡିଆରଡିଓ
Khabar Odisha:national-odisha-drdo-today-successfully-test-fired-the-astra-air-to-air-missile
ନୂଆଦିଲ୍ଲୀ,ସେପ୍ଟେମ୍ବର୧୭(ଖବର ଓଡ଼ିଶା):

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରୁଥିବା ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। କ୍ଷେପଣାସ୍ତ୍ରର ପରୀକ୍ଷଣ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନରୁ କରାଯାଇଛି। ପଶ୍ଚିମବଙ୍ଗର ଏକ ବିମାନ ବନ୍ଦରରୁ ଲଢୁଆ ବିମାନ ଉଡ଼ାଣ ଭରିଥିଲା। 

ଅସ୍ତ୍ର କ୍ଷେପଣାସ୍ତ୍ର ‘ବିଭିଆର’(ବିୟଣ୍ଡ  ଭିଜୁଆଲ ରେଞ୍ଜ) ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରି ପାରୁଥିବା ଏକ କ୍ଷେପଣାସ୍ତ୍ର, ଯାହାର ଲକ୍ଷ୍ୟଭେଦ କ୍ଷମତା ୭୦ କିଲୋମିଟର ରହିଛି। ଅସ୍ତ୍ର ଏମିତି ଏକ କ୍ଷେପଣାସ୍ତ୍ର ଯାହା ଯେ କୌଣସି ପରିବେଶରେ ପ୍ରୟୋଗ କରାଯାଇ ପାରିବ। ଏଥିରେ ଆକ୍ଟିଭ ରାଡାର ଟର୍ମିନାଲ ଗାଇଡେନ୍ସ ଖଞ୍ଜା ଯାଇଛି। 

ଡିଆରଡିଓ ଏହି କ୍ଷେପଣାସ୍ତ୍ରକୁ ମିରାଜ-୨୦୦୦ ଏଚ, ମିଗ-୨୯, ମିଗ-୨୯କେ, ମିଗ-୨୧ ବାୟସନ, ଏଲସିଏ ତେଜସ ଓ ସୁଖୋଇ ଏସୟୁ-୩୦ ଏମକେଆଇ ବିମାନରେ ଲଗାଇବା ପାଇଁ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ର ସୁପର ସୋନିକ ବେଗରେ ଗତି କରୁଛି ଏବଂ ଯେ କୌଣସି ଲକ୍ଷ୍ୟକୁ ଟାର୍ଗେଟ୍ କରି ପାରିବ।

Subscribe

National International State Sports Entertainment