ଟ୍ରଲି ଚାଳକ ଙ୍କ ବିସ୍ମୟ ଚିତ୍ରକଳା
Khabar Odisha:Surprising-paintings-of-trolley-riders-in-Nabrangpur-Odisha

ନବରଙ୍ଗପୁର, ଜାନୁଆରୀ ୧୪ (ଖବର ଓଡ଼ିଶା) : ନବରଙ୍ଗପୁର ସହର ର ତ୍ରିନାଥ ମନ୍ଦିର କଡ଼ରେ ଜରିପାଲ ରେ ତିଆରି ଛୋଟ ଏକ ଘରେ ରହନ୍ତି ଜଣେ ଚିତ୍ରକର । ନାଁ ତାଙ୍କର ବନମାଳୀ ସୁନା । ବନମାଳୀ ପେଷାରେ ଜଣେ ଟ୍ରଲି ଚାଳକ ,କିନ୍ତୁ ନିଶା ତାଙ୍କର ବୃକ୍ଷ ରୋପଣ ସାଙ୍ଗକୁ ଛବି ଆଙ୍କିବା ।  ସକାଳ ପାହିବା ମାତ୍ରେ ବନମାଳୀ ସହର ର ସରକାରୀ ବସ ଷ୍ଟାଣ୍ଡ ରେ ଟ୍ରଲି ନେଇ ପହଞ୍ଚନ୍ତି ଓ ଦୂରଗାମୀ ବସ ରେ ଆସିଥିବା ପାର୍ସଲ କୁ ଅନଲୋଡ଼ କରି ଟ୍ରଲି ରେ ବୋହିନେଇ ମାଲିକଙ୍କ ନିକଟରେ ପହଞ୍ଚାଇଥାନ୍ତି । ସକାଳୁ ଅପରାହ୍ନ ଯାଏଁ ଏଭଳି ଓଜନିଆ ଜିନିଷ ବୋହି ବୋହି ଜୀବିକା କରନ୍ତି । ଘରକୁ ଫେରିବା ପରେ ଆରମ୍ଭ ହୋଇଯାଏ ସୃଜନ ର ଭିନ୍ନ ଏକ  ଜୀବନ।

ଯେଉଁ ହାତରେ ବନମାଳୀ ଦିନସାରା ଭାରି ଦ୍ରବ୍ୟ ଉଠାନ୍ତି, ସେହି ହାତ ତୁଳୀ ରେ ତିଆରି କରେ ବିସ୍ମୟ । ରଙ୍ଗ ଆଉ ତୁଳୀ ରେ ସେ ଆଙ୍କନ୍ତି ପଶୁ ପକ୍ଷୀ ନଦୀ ନାଳ ଫୁଲ ଓ ପାହାଡ଼। ସାମ୍ନା ରେ ଥିବା ବ୍ୟକ୍ତି ଓ ଦୃଶ୍ୟର ଅବିକଳ ଚିତ୍ର ଆଙ୍କି ପାରନ୍ତି ସେ । 

କୌଣସି ଚାରୁକଳା ମହାବିଦ୍ୟାଳୟ ର ବାରଣ୍ଡା ମାଡିନଥିବା ଏହି ଟ୍ରଲି ଚାଳକ  ଙ୍କ ତୁଳୀରେ ବିଭିନ୍ନ ଦେବାଦେବୀ, ମହାପୁରୁଷ ଆଉ ପ୍ରକୃତି ଜୀବନ୍ତ ପାଲଟନ୍ତି । କେଇ ମିନିଟ ର ମେହନତ ରେ ସେ ସାମ୍ନା ରେ ବସିଥିବା ବ୍ୟକ୍ତି ର ଅବିକଳ ପ୍ରତ୍ତିକୃତି ଆଙ୍କି ତାଜୁବ କରିଦେଇଥାନ୍ତି । 

ନବରଙ୍ଗପୁର ସହର ର ତ୍ରିନାଥ ମନ୍ଦିର କଡ଼ରେ ମନ୍ଦିର ର ଏକ ଜମିରେ ଘର କରି ରହୁଥିବା ଏହି ଶିଳ୍ପୀଙ୍କ ନିଜର ବୋଲି ଘରଟିଏ ନାହିଁ କିନ୍ତୁ ସେ ରହୁଥିବା ଘରକୁ  ବିଭିନ୍ନ ଚିତ୍ରରେ  ଚିତ୍ରାୟିତ କରି ତାରି ଚାରିପଟେ ଲଗାଇଛନ୍ତି ଅନେକ ଗଛଳତା । ତାଙ୍କର ଏହି  କଳାପ୍ରତିଭା ବିଭୁଦତ୍ତ ବୋଲି କହିଛନ୍ତି ସାହି ପଡୋଶୀ ଓ ସହର ବାସୀ ।

  • Tags:

Subscribe

National International State Sports Entertainment