ଅନ୍ତରୀକ୍ଷରେ ଆଉ ଏକ ପାଦ ଆଗକୁ ବଢ଼ିଲା ଚନ୍ଦ୍ରଯାନ-୨, ଚତୁର୍ଥ କକ୍ଷରେ ପ୍ରବେଶ
Khabar Odisha:National-odisha-isro-chandrayaan-orbit-earth-moon-scientist-success-space-rocket
ବେଙ୍ଗାଲୁରୁ,ଅଗଷ୍ଟ୦୨(ଖବର ଓଡ଼ିଶା):

ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ) ନିଜର ଦ୍ଵିତୀୟ ମୁନ୍ ମିଶନ ଚନ୍ଦ୍ରଯାନ-୨କୁ ପୃଥିବୀର କକ୍ଷରେ ଆଗକୁ ବଢାଇଛି। ଜୁଲାଇ ୨୨ରେ ଉତକ୍ଷେପଣ ପରେ ଏହାକୁ ପେରିଜି(ପୃଥିବୀରୁ କମ ଦୂରତା) ୧୭୦ କିମି ଏବଂ ଏପୋଜି(ପୃଥିବୀରୁ ଅଧିକ ଦୂରତା) ୪୫,୪୭୫ କିମିରେ ସ୍ଥାପିତ କରାଯାଇଥିଲା। 

ଆଜି ଅର୍ଥାତ ଅଗଷ୍ଟ ୦୨ ଅପରାହ୍ନ ୨ଟା ୩୦ ରୁ ୩ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ର କକ୍ଷରେ ଚତୁର୍ଥ ଥର ସଫଳତାପୂର୍ବକ ପରିବର୍ତ୍ତନ କରାଯାଇଛି। ଏବେ ଏହାର ପେରିଜି ୨୭୭ କିମି ଓ ଏପୋଜି ୮୯,୪୭୨ କିମି କରାଯାଇଛି। ଏବେ ଅଗଷ୍ଟ ୬ ସୁଦ୍ଧା ଚନ୍ଦ୍ରଯାନ-୨କୁ ପୃଥିବୀର ଚତୁଃପାର୍ଶ୍ଵର ଅର୍ବିଟ୍ ବଦଳାଯିବ। 

ଜୁଲାଇ ୨୨ରେ ଉତକ୍ଷେପଣ ପରେ ଚନ୍ଦ୍ରର ଦକ୍ଷିଣ ମେରୁ ପର୍ଯ୍ୟ୫ନ୍ତ ପହଞ୍ଚିବା ପାଇଁ ଚନ୍ଦ୍ରଯାନ-୨ର ୪୮ ଦିନିଆ ଯାତ୍ରା ଆରମ୍ଭ ହୋଇ ସାରିଛି। ଉତକ୍ଷେପଣର ୧୬.୨୩ ମିନିଟ ପରେ ଚନ୍ଦ୍ରଯାନ-୨ ପୃଥିବୀରୁ ନିକଟ ୧୭୦ କିମି ଉଚ୍ଚରେ ଜିଏସଏଲଭି-ଏମ୩ରୁ ପୃଥକ  ହୋଇଥିଲା। ଏହା ପରେ ପୃଥିବୀର କକ୍ଷରେ ଘୂରି ବୁଲୁଥିଲା। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରଯାନ-୨ର ଉତକ୍ଷେପଣ ନେଇ ଅନେକ ପରିବର୍ତ୍ତନ କରିଥିଲେ।

ଏହା ପୂର୍ବରୁ ଏହାର କକ୍ଷରେ ଜୁଲାଇ ୨୯ ଅପରାହ୍ନ ୨ଟା ୩୦ ରୁ ୩ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ର କକ୍ଷରେ ତୃତୀୟ ଥର ସଫଳତାପୂର୍ବକ ପରିବର୍ତ୍ତନ କରାଯାଇଥିଲା। ଏହାର ପେରିଜି ୨୭୬ କିମି ଓ ଏପୋଜି ୭୧,୭୯୨ କିମି କରାଯାଇଥିଲା।  ଜୁଲାଇ ୨୫ ଓ ୨୬ ବିଳମ୍ବିତ ରାତି ୧ଟା ୮ ମିନିଟରେ ସଫଳତାପୂର୍ବକ ପରିବର୍ତ୍ତନ କରାଯାଇଥିଲା। ସେହି ସମୟରେ ଏହାର ପେରିଜି ୨୫୧ କିମି ଏବଂ ଏପୋଜି ୫୪,୮୨୯ କିମି ରହିଥିଲା। 

ଏହା ପୂର୍ବରୁ ଚନ୍ଦ୍ରଯାନ-୨ର କକ୍ଷରେ ଜୁଲାଇ ୨୪ରେ ଅପରାହ୍ନ ୨ଟା ୫୨ ମିନିଟରେ ସଫଳତାପୂର୍ବକ ପ୍ରଥମ ପରିବର୍ତ୍ତନ କରାଯାଇଥିଲା। ସେହି ସମୟରେ ଏହାର ପେରିଜି ୨୩୦ କିମି ଏବଂ ଏପୋଜି ୪୫,୧୬୩ କିମି ଥିଲା। ଏବେ ଅଗଷ୍ଟ ୬ ସୁଦ୍ଧା ପୃଥିବୀର ଚତୁଃପାର୍ଶ୍ଵରେ ଚନ୍ଦ୍ରଯାନ-୨ର ଅର୍ବିଟକୁ ବଦଳାଯିବ। 

ଚନ୍ଦ୍ରଯାନ-୨ର ୪୮ ଘଣ୍ଟିଆ ଯାତ୍ରା

ଚନ୍ଦ୍ରଯାନ-୨ ଅନ୍ତରୀକ୍ଷ ଯାନ ଜୁଲାଇ ୨୨ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ପରିକ୍ରମା କରିବ। ଏହା ପରେ ଅଗଷ୍ଟ ୧୪ ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚନ୍ଦ୍ରକୁ ଯାଇଥିବା କକ୍ଷରେ ଲମ୍ବା ଯାତ୍ରା ଆରମ୍ଭ କରିବ। ଅଗଷ୍ଟ ୨୦ ତାରିଖରେ ଏହା ଚନ୍ଦ୍ରର କକ୍ଷରେ ପ୍ରବେଶ କରିବ। ଏହା ପରେ ୧୧ ଦିନ ପରେ ଅର୍ଥାତ ଅଗଷ୍ଟ ୩୧ରେ ଏହା ଚନ୍ଦ୍ର ଚାରିପଟେ ପରିକ୍ରମା କରିବ। ପୁଣି ସେପ୍ଟେମ୍ଵର ୧ରେ ବିକ୍ରମ ଲ୍ୟାଣ୍ଡର ଅର୍ବିଟରୁ ଅଲଗା ହୋଇଯିବ। ଏହା ପରେ ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିବ। ୫ ଦିନ ଯାତ୍ରା ପରେ ଅର୍ଥାତ ସେପ୍ଟେମ୍ବର ୬ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଅବତରଣର ପ୍ରାୟ ୪ ଘଣ୍ଟା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରରୁ ବାହାରି ଅନେକ ପ୍ରୟୋଗ ପାଇଁ ଚନ୍ଦ୍ରର ଭୂପୃଷ୍ଠକୁ ଓହ୍ଲାଇବ।

  • Tags:

Subscribe

National International State Sports Entertainment