ଝିଅମାନଙ୍କୁ ୬ ଟଙ୍କାରେ ସାନିଟାରୀ ପ୍ୟାଡ ପ୍ୟାକେଟ ଦେବେ ସରକାର
Khabar Odisha:National--Odisha-sanitary-napkins-given-to-adolescent-girls-at-subsidised-under-a-centrally-sponsored-scheme-said-harshvardhan
ନୂଆଦିଲ୍ଲୀ, ଜୁଲାଇ ୧୯(ଖବର ଓଡିଶା):

ଏଣିକି ଝିଅମାନଙ୍କୁ କମଦାମରେ ସାନିଟାରୀ ପ୍ୟାଡ୍ ପ୍ୟାକେଟ ଯୋଗାଇବେ କେନ୍ଦ୍ର ସରକାର । ଏ ନେଇ ଶୁକ୍ରବାର ଦିନ ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ଝିଅମାନଙ୍କୁ ପ୍ରତି ମାସରେ ୬ଟି ସାନିଟାରୀ ପ୍ୟାଡର ପ୍ୟାକେଟ ଦିଆଯିବ । ଏହା କେନ୍ଦ୍ର ସରକାରଙ୍କ ପ୍ରଯୋଜିତ ଯୋଜନା ଜରିଆରେ ପ୍ରଦାନ କରାଯିବ । 

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, କେନ୍ଦ୍ର ସରକାର ମାସିକ ଧର୍ମ ସ୍ୱଚ୍ଛତା ଯୋଜନାର ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡିକୁ ଫଣ୍ଡ ପ୍ରଦାନ କରିବେ । ଯାହା ଫଳରେ ସେମାନେ ଏହାକୁ ନିଜ କାର୍ଯ୍ୟକ୍ରମରେ ସାମିଲ କରିପାରିବେ ଏବଂ ଏହା ମାଧ୍ୟମରେ କିଶୋର ଯୁବତୀମାନଙ୍କୁ ସାନିଟାରୀ ପ୍ୟାଡ ଦିଆଯାଇପାରିବ । 

ଏହି ଯୋଜନା ମଧ୍ୟମରେ ମାସକୁ ଝିଅମାନଙ୍କୁ ଗୋଟିଏ ପ୍ୟାକେଟ ସାନିଟାରୀ ପ୍ୟାଡ ଦିଆଯିବ । ଯାହାର ମୂଲ୍ୟ ୬ ଟଙ୍କା ରହିଛି । ଆଶା କର୍ମୀଙ୍କ ଦ୍ୱାରା ଘରକୁ ଘର ମାଧ୍ୟମରେ ଏବଂ ସ୍କୁଲ ଓ ଅଙ୍ଗନାୱାଡି କେନ୍ଦ୍ର ଜରିଆରେ ଏହି ପ୍ୟାକେଟ ବିତରଣ କରାଯିବ । ଏହା ସହିତ ପ୍ରତ୍ୟେକ ପ୍ୟାକେଟ ପାଇଁ ଆଶା କର୍ମୀଙ୍କୁ ୧ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯିବ । ଏହା ସହିତ ତାଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ପ୍ୟାକେଟ ଦିଆଯିବ । 

Subscribe

National International State Sports Entertainment