ଲଗାତାର ଭାବେ ତୃତୀୟଥର ପାଇଁ ସବୁଠାରୁ ସ୍ୱଚ୍ଛ ସହର ହେଲା ଇନ୍ଦୋର: ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯
Khabar Odisha:Natioanl-Odisha-Indore-is-the-safest-city-for-the-third-consecutive-year-swachh-survekshan-2019
ଭୋପାଳ, ମାର୍ଚ୍ଚ ୦୬(ଖବର ଓଡିଶା):

ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୧୯ ଅନୁଯାୟୀ ଲଗାତାର ଭାବେ ତୃତୀୟଥର ପାଇଁ ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ପାଇଛି ଇନ୍ଦୋର । ଏହା ସହିତ ଭୋପାଳ ସବୁଠାରୁ ସ୍ୱଚ୍ଛ ରାଜଧାନୀ ହୋଇଥିବା ବେଳେ ଉଜୈନ ସବୁଠାରୁ ସ୍ୱଚ୍ଛ ମଧ୍ୟମ ସହର ହୋଇଛି । 

ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ର ରେଜଲ୍ଟ ଜାରି କରିଛନ୍ତି । ଏହି ସର୍ବେକ୍ଷଣରେ ମଧ୍ୟପ୍ରଦେଶର ସହରଗୁଡିକ ବାଜିମାରିଛନ୍ତି । ଲଗାତାର ଭାବେ ଇନ୍ଦୋର ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ରହିଥିବା ବେଳେ ସବୁଠାରୁ ସ୍ୱଚ୍ଛ ରାଜ୍ୟ କ୍ଷେତ୍ରରେ ବାଜି ମାରିଛି ଛତିଶଗଡ । 

ଏହି ସର୍ବେକ୍ଷଣରେ ସବୁଠାରୁ ସ୍ୱଚ୍ଛ ସହର ହୋଇଛି ଇନ୍ଦୋର । ଏହା ସହିତ ଉଜୈନ ସବୁଠାରୁ ସ୍ୱଚ୍ଛ ମଧ୍ୟମ ସହର(୩-୧୦ ଲକ୍ଷ ଜନସଂଖ୍ୟା), ଭୋପାଳ ସବୁଠାରୁ ସ୍ୱଚ୍ଛ ରାଜଧାନୀ, ଅହମଦାବାଦ ସବୁଠାରୁ ସ୍ୱଚ୍ଛ ବଡ ସହର(୧୦ ଲକ୍ଷରୁ ଅଧିକ ଜନସଂଖ୍ୟା) ଏବଂ ସବୁଠାରୁ ଛୋଟ ସ୍ୱଚ୍ଛ ସହର ମାନ୍ୟତା ହାସଲ କରିଛି ଘଊଗଉ(ନୂଆଦିଲ୍ଲୀ ମହାନଗର ପାଳିକା) ।

Subscribe

National International State Sports Entertainment