ପୁରୀରେ ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା
Khabar Odisha:NMA-Chairman-Kishor-K-Basa-reaches-in-Puri
ପୁରୀ : 20/12/2022

ପୁରୀରେ ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା। ପୁରୀରେ ପହଞ୍ଚିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା | କିଶୋର କେ ବାସାଙ୍କ ନେତୃତ୍ୱରେ ଏନଏମଏ ର ଏକ ଟିମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଓ ଅନୁଧ୍ୟାନ କରିବ। ତା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନଏମଏ ଦେଇଥିବା ନିର୍ଦ୍ଧେଶର ଅନୁପାଳନ ହୋଇଛି କି ନାହିଁ ତାହା ସମୀକ୍ଷା କରିବ।

ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏନଏମଏ ସାଢ଼େ ସାତ ମିଟର ଉଚ୍ଚତା ପର୍ଯ୍ୟନ୍ତ ସାନି ଡ଼ିପିଆର ଦାଖଲ କରିବାକୁ ନିର୍ଦ୍ଧେଶ ଦେଇଥିବାବେଳେ ଏହା ୧୩ ମିଟରକୁ ବୃଦ୍ଧି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ରିଭ୍ୟୁ ପାଇଁ ଆବେଦନ କରିଥିଲେ। ସେପରି ଅନ୍ୟପଟରେ ଶ୍ରୀମନ୍ଦିରର ଦକ୍ଷିଣପୂର୍ବ କୋଣରେ ଥିବା ଏମାରମଠ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ପାଇଁ 100.5 ମିଟର ବାହାର ନିର୍ମାଣ ପାଇଁ ସାନି ଡିପିଆର ଆବେଦନ ପାଇଁ ଅନୁମତି ଦେଇଥିଲେ ଏନଏମଏ। ଉଭୟ ନିର୍ମାଣ ପାଇଁ ପୃଥକ ପୃଥକ ସାନି ଡିପିଆର ଆବେଦନ ପାଇଁ ନିର୍ଦ୍ଧେଶ ଦେଇଥିଲେ ଏନଏମଏ। ଅନୁଧ୍ୟାନ ସମୟରେ ଏଏସଆଇ ଓ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଧେଶକ ମଧ୍ୟ ଉପସ୍ଥିତ ରହିବେ।  ରାଜ୍ୟ ସରକାରଙ୍କ ନିମନ୍ତ୍ରଣ କ୍ରମେ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଆସିଥିବା ଶ୍ରୀଯୁକ୍ତ ବାସା ଓ ଏନଏମଏର ଟିମ ଏହି ଗସ୍ତରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସବିଶେଷ ଆଲୋଚନା କରିବେ।

Subscribe

National International State Sports Entertainment