ଉଠା ଦୋକାନରୁ ଲକ୍ଷପତି ‘ବାବା’
Khabar Odisha:Millionaire-Babba-from-the-upstairs-shop

ନୂଆଦିଲ୍ଲୀ: ଦିନେ ଉଠା ଖାଇବା ଦୋକାନ ଦେଇ ନିଜ ପେଟ ପୋଷୁଥିଲେ ସୋସିଆଲ ମିଡିଆର ବାବା ଅର୍ଥାତ୍ ‘ବାବା କା ଢାବା’ ଚଳାଉଥିବା କାନ୍ତ ପ୍ରସାଦ, କିନ୍ତୁ ଆଜି ସେ ଲକ୍ଷପତି ପାଲଟିଯାଇଛନ୍ତି ।

କରୋନା କାଳରେ କାନ୍ତ ପ୍ରସାଦଙ୍କ ଦୋକାନକୁ କେହି ଲୋକ ଆସୁ ନଥିବାରୁ ସେ ଓ ତାଙ୍କ ପତ୍ନୀ ଉଭୟ ବୃଦ୍ଧ ଦମ୍ପତିଙ୍କ ଚଳିବା କଷ୍ଟକର ହୋଇପଡିଥିଲା । ଯାହାକୁ ଦେଖି ଜଣେ ୟୁଯୁବର ତାଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ବାବାଙ୍କ ପାଖକୁ ଲୋକମାନେ ସହାୟତାର ହାତ ବଢାଇଥିଲେ ।

କିଛି ଲୋକ ବାବା କା ଢାବା ଆସି କାଦ୍ୟ ଖାଇବା ସହିତ ଆଉ କିଛି ଲୋକ ବୃଦ୍ଧ ଦମ୍ପତିଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ । ତେବେ ଏହି ସହାୟତା ରାଶି ଏତେ ଥିଲା ଯେ ବର୍ତମାନ ବାବା କା ଢାବାର ମାଲିକ ଅର୍ଥାତ୍ କାନ୍ତ ପ୍ରସାଦ ଲକ୍ଷପତି ପାଲଟିଯାଇଛନ୍ତି ।

ବର୍ତମାନ କାନ୍ତ ପ୍ରସାଦଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪୦ଲକ୍ଷରୁ ବି ଅଧିକ ଟଙ୍କା ରହିଛି ଯାହା ତାଙ୍କୁ ଲୋକମାନେ ସହାୟତା ଆକାରରେ ପଠାଇଛନ୍ତି । 

ଉଠା ଦୋକାନରୁ ଲକ୍ଷପତି ବାବା ହେବା ବାଟ ମଧ୍ୟ ଅନେକ ମୋଡ ଦେଇ ଗତି କରିଛି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସିଥିବା ବାବାଙ୍କୁ ଫେମସ୍ କରାଇବା ପଛରେ ୟୁଟୁବର ଗୌରବ ବାସନଙ୍କ ନାମରେ କିଛି ଦିନ ତଳେ କାନ୍ତ ପ୍ରସାଦ ଟଙ୍କା ହଡପ୍ ର ଅଭିଯୋଗ ଆଣିଥିଲେ । ଯାହାକୁ ଭିତି କରି ଗୌରବଙ୍କ ନାମରେ ମାମାଲା ମଧ୍ୟ ରୁଜୁ କରାଯାଇଥିଲା ।

ଏହି ଆରୋପ, ପ୍ରତ୍ୟାରୋପ ପରେ ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ବାବାଙ୍କ ବ୍ୟାଙ୍କ ଡିଟେଲ୍ସ ସାମ୍ନାକୁ ଆସିଛି । ଗୌରବ ସୋସିଆଲ ମିଡିଆରେ ସଫେଇ ରଖିବାକୁ ଯାଇ ବାବା ଅର୍ଥାତ୍ କାନ୍ତ ପ୍ରସାଦଙ୍କ ବ୍ୟାଙ୍କ ଡିଟେଲ୍ସ ସେୟାର କରିଛନ୍ତି ଯାହା ବର୍ତମାନ ପ୍ରମୁଖ ଚର୍ଚ୍ଚାର କାରଣ ସାଜିଛି । ଏହାରି ମଧ୍ୟରେ ପୋଲିସ୍ ଗୌରବ ଓ କାନ୍ତ ପ୍ରସାଦ ଉଭୟଙ୍କ ବ୍ୟାଙ୍କ ଖାତା ସିଜ୍ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ତେବେ ସୂଚନା ଅନୁଯାଇ ବାବା ଲକ୍ଷପତି ହେବା ପରେ ସେ ତାଙ୍କ ନିଜ ପାଇଁ ଗୋଟିଏ ନୂଆ ଘର ଓ ଆଉ ଏକ ନୂଆ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି ବୋଲି ଜଣା ପଡିଛି ।

  • Tags:

Subscribe

National International State Sports Entertainment