ଚନ୍ଦ୍ରଯାନ-3,ସୂର୍ଯ୍ୟ ମିଶନ ପରେ ଏବେ ଇସ୍ରୋର ଲକ୍ଷ୍ୟ ରହିଛି 'ଗଗନୟାନ' ମିଶନ ଉପରେ । ଇସ୍ରୋର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମିଶନ 'ଗଗନଯାନ' କୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି। ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି। ଗଗନୟାନ କାର୍ଯ୍ୟକ୍ରମରେ ମହାକାଶ ଯିବାକୁ ଥିବା ମହାକାଶଚାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ବି ଶେଷ ହୋଇସାରିଛି। ଚନ୍ଦ୍ରୟାନ-3 ମିଶନର ସଫଳତା ପରେ ଇସ୍ରୋ ଉପରେ ବଢିଛି ବିଶ୍ୱର ବିଶ୍ୱାସ । ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ସଫଳ ଲ୍ୟାଣ୍ଡିଂ ସହ ଚନ୍ଦ୍ରୟାନ-3 ମହାକାଶ ବିଜ୍ଞାନ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆଉ ଏହି ସଫଳତାରୁ ମିଳିଥିବା ଅଭିଜ୍ଞତା ଜରିଆରେ ଇସ୍ରୋ ପାଇଁ ଆଗକୁ ବଢିବା ଆହୁରି ସହଜ ହେବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ।
ଏହାରି ଭିତରେ ଆଦିତ୍ୟ ଏଲ୍-ୱାନ୍ ଜରିଆରେ ସୂର୍ଯ୍ୟର ରହସ୍ୟ ଭେଦିବାକୁ ଉଦ୍ୟମ ଚଳାଇଛି ଇସ୍ରୋ। ଆଦିତ୍ୟ ଏଲ-ୱାନ୍ ଏବେ ସଫଳତାର ସହ ଗୋଟିଏ ପରେ ଗୋଟିଏ ଅରବିଟ୍ ବଦଳାଇ ସୂର୍ଯ୍ୟ ଆଡ଼କୁ ଆଗେଇ ଚାଲିଛି। ଏପଟେ ଇସ୍ରୋର ଅନ୍ୟତମ ମିଶନ ଗଗନଯାନ ଲାଗି ପ୍ରସ୍ତୁତି ଚାଲିଛି। ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି। ସମସ୍ତ କାର୍ଯ୍ୟକ୍ରମ ଯଦି ଯୋଜନା ମୁତାବକ ଚାଲେ ତେବେ ଆସନ୍ତା ବର୍ଷ ଏହାକୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ମିଶନରେ ପ୍ରଥମେ ଏକ ରୋବୋଟକୁ ମହାକାଶକୁ ପଠାଯିବ। ଏହା ପରେ ହିଁ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଯିବା ଲକ୍ଷ୍ୟ ରହିଛି। ପ୍ରଥମ ମିଶନ ଲାଗି ରୋବୋଟ୍ 'ବ୍ୟୋମମିତ୍ର'କୁ ମହାକାଶକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏପଟେ ଗଗନୟାନ କାର୍ଯ୍ୟକ୍ରମରେ ମହାକାଶ ଯିବାକୁ ଥିବା ମହାକାଶଚାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି।
ଅଧିକ ପଢ଼ନ୍ତୁ : ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ପ୍ରଥମ ସୂର୍ଯ୍ୟଯାନ ଆଦିତ୍ୟଏଲ-୧ : ଇସ୍ରୋ