ନୂଆଦିଲ୍ଲୀ, ମାର୍ଚ୍ଚ ୧୩ (ଖବର ଓଡ଼ିଶା): ଇସ୍ରୋ ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ ଆରଏଚ୍-୫୬୦। ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ଆଶାରେ ଏହି ରକେଟ୍ କୁ ଇସ୍ରୋ ଦ୍ୱାରା ଲଞ୍ଚ କରାଯାଇଛି । ଶୁକ୍ରବାର ରାତିରେ ଶ୍ରୀହରିକୋଟ୍ଟାରୁ ଏହି ରକଟେ୍ କୁ ଉତ୍କ୍ଷେପଣ କରାଯାଇଛି । ଏହି ନୂତନ ଜ୍ଞାନକୌଶଳ ଯୁକ୍ତ ରକେଟ୍ ବାୟୂମଣ୍ଡଳର ପରିବର୍ତ୍ତନର ମୁକାବିଲା କରିବା ଏବଂ ପ୍ଳାଜମା ଗତିଶୀଳତା ଉପରେ ଅଧିକ ଅଧ୍ୟୟନ କରିବାରେ ଏକ ନୂଆ ଦିଶା ଦେବାରେ ସହାୟକ ହେବ ବୋଲି ଇସ୍ରୋ କର୍ତ୍ତୂପକ୍ଷଙ୍କ ଠାରୁ ସୂଚନା ଦିଆଯାଇଛି ।
ଏହି ସାଉଣ୍ଡିଙ୍ଗ ରକେଟ୍ ସାହାର୍ଯ୍ୟ ରେ ବାୟୂମଣ୍ଡଳର ଉପରିସ୍ଥ ଭାବରେ ହେଉଥିବା ସମସ୍ତ ପରିବର୍ତ୍ତନ ଉପରେ ଗବେଷଣା କରାଯିବ ସହିତ ଅନ୍ୟ ଗ୍ରହ ମାନଙ୍କର ବାୟୂମଣ୍ଡଳର ସ୍ଥିତି ବିଷୟରେ ମଧ୍ୟ ସମୀକ୍ଷା କରାଯାଇ ପାରିବ । ପୂର୍ବରୁ ଭାରତ ପାଖରେ ଏହି ଭଳି ଉନ୍ନତ ଜ୍ଞାନକୌଶଳ ଯୁକ୍ତ ରକେଟ୍ ର ପରୀକ୍ଷଣ କରାଯାଇନଥିଲା । ଯାହା ପୃଥିବୀ ସମେତ ଅନ୍ୟ ଗ୍ରହର ବାୟୂମଣ୍ଡଳ ମଧ୍ୟ ଅଧ୍ୟୟନ କରିପାରିବ ମାତ୍ର ତାହା ଏବେ ସମ୍ଭବ ହୋଇଛି ।
ଶୁକ୍ରବାର ଏହି ରକେଟ୍ ଲଞ୍ଚ କରାଯିବା ସମୟର ଫଟୋ ଟ୍ୱିଟ୍ କରି ଇସ୍ରୋ ଏହାକୁ ଆଉ ଏକ ସଫଳତା ବୋଲି କହିଛି ।