ସଚେତିତ କରାଉଛି ଅଦରକାରୀ ଦ୍ରବ୍ୟରେ ଆର୍ଟ ଗ୍ୟାଲେରୀ
Khabar Odisha:Art-Gallery-Made-up-of-Waste-products

ଭୁବନେଶ୍ୱର, ଡିସେମ୍ବର ୩୦ (ଖବର ଓଡ଼ିଶା) : ପରିବେଶରୁ ବିଷ ଆହରଣ କରି ଅମୃତ ପରଷୁଛନ୍ତି ଜଣେ ଯୁବ ଚିତ୍ରକର । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଠାରେ ଏହି ଶିଳ୍ପୀ ଜଣଙ୍କ ଗଢିଛନ୍ତି ଏକ ନିଆରା ଆର୍ଟ ଗ୍ୟାଲେରୀ । ଗ୍ୟାଲେରୀରେ ସ୍ଥାନ ପାଇଛି ଅନେକ କଳାକୃତ୍ତି ଓ ଭାସ୍କର୍ଯ୍ୟ । ସମସ୍ତ ଭାସ୍କର୍ଯ୍ୟ ବୈଦ୍ୟୁତିକ ବର୍ଜ୍ୟକୁ ବ୍ୟବହାର କରାଯାଇ ସୁନ୍ଦର ରୂପ ଦିଆଯାଇଛି । ଯେଉଁ ବର୍ଜ୍ୟ ମାଟିରେ ପଡିଲେ ବିଷ ପାଲଟି ଥାଆନ୍ତା, ସେହି ବର୍ଜ୍ୟ ଏବେ କଳାକୃତ୍ତି ରେ ପରିଣତ ହୋଇ ସଚେତନତା ସୃଷ୍ଟିର ଉତ୍ସ ପାଲଟିଛି । 

ରାଜଧାନୀ ଭୁବନେଶ୍ୱର ପାତ୍ରପଡା ଠାରେ ରହିଛି ଏଭଳି ଏକ ଆର୍ଟ ଗ୍ୟାଲେରୀ ଯାହାକି ଭଳିକି ଭଳି ଅଦରକାରୀ ବର୍ଜ୍ୟ ସାମଗ୍ରୀ ରେ ତିଆରି ହୋଇଛି । ବର୍ଯ୍ୟରେ ତିଆରି ହୋଇଥିବା ଏହି ଭାସ୍କର୍ଯ୍ୟ ସୃଷ୍ଟି କରିଛି ବିସ୍ମୟ । ଗ୍ୟାଲେରୀ ଟି ତିଆରି କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଚିତ୍ରଶିଳ୍ପୀ ପ୍ରିୟ ରଞ୍ଜନ ବରାଳ । ବୃତ୍ତିରେ ଚିତ୍ରକର ପ୍ରିୟ ସବୁବେଳେ ସୃଜନ ମନସ୍କ । ଚିତ୍ରକଳା ଓ ଭାସ୍କର୍ଯ୍ୟ ମାଧ୍ୟମରେ ଚରିତ୍ର ଓ ବିଷୟ କୁ ଜୀବନ୍ୟାସ ଦେଉଥିବା ପ୍ରିୟ ପରିବେଶ ରୁ ବିଷ ଆହରଣ କରି ପରଷୁଛନ୍ତି ଅମୃତ । ରାସ୍ତାରେ ଫିଙ୍ଗି ଦିଆଯାଉଥିବା ବର୍ଜ୍ୟ, ଯାହାକି ମାଟି ପାଣି, ପବନ କୁ ଜହର ରେ ପରିଣତ କରିଥାନ୍ତା ସେଭଳି ଦ୍ରବ୍ୟକୁ ସଂଗ୍ରହ କରି ତାରି ମାଧ୍ୟମରେ ସଚେତନତା ର ବାର୍ତ୍ତା ଦେଉଛନ୍ତି ପ୍ରିୟରଞ୍ଜନ । 

କମ୍ପ୍ୟୁଟର ମଦର ବୋର୍ଡ, ହାର୍ଡ ଡିସ୍କ, ଫାଇବର ଗ୍ଲାସ, ସିମକାର୍ଡ, ଆଦି କୁ ସଂଗ୍ରହ କରି ପ୍ରିୟ ଭଳିକି ଭଳି କଳାକୃତ୍ତି ତିଆରି କରିଛନ୍ତି । ଲକ ଡାଉନ ସମୟରେ ଏ ସବୁ ଦ୍ରବ୍ୟ ସଂଗ୍ରହ କରି ୧୫ ଦିନ ମଧ୍ୟରେ ସେ ତିଆରି କରିଦେଇଛନ୍ତି ଏଭଳି ଗ୍ୟାଲେରୀ । ଗ୍ୟାଲେରୀ ରେ ସ୍ଥାନ ପାଇଛି ମଣିଷ ର ମସ୍ତିଷ୍କ ର ଭାସ୍କର୍ଯ୍ୟ । ମଣିଷ ର ମନ କିଭଳି କାର୍ଯ୍ୟକରେ ଏଥିରେ ଦର୍ଶାଇଛନ୍ତି ପ୍ରିୟରଞ୍ଜନ । ଏହା ସହ ୧୫୦୦ ଅଦରକାରୀ ସୀମକାର୍ଡ କୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ଏକ ଗଛର ଭାସ୍କର୍ଯ୍ୟ । ସହର ରେ ଏବେ ଗୋଟିଏ ପରେ ଗୋଟିଏ ମୋବାଇଲି ଟାୱାର ସ୍ଥାପନା ହେଉଥିବା ବେଳେ ବଳୀ ପଡୁଛି ସବୁଜିମା । ସହର ର ଶରୀର ଉପରୁ କିଭଳି ହଜିଯାଉଛି ଗଛ ତାର ବ୍ୟଥା ଏହି ଭାସ୍କର୍ଯ୍ୟରେ ପରିସ୍ଫୁଟ ହୋଇଛି ।


ଯାହା ସମାଜ ଓ ପରିବେଶ ପାଇଁ କ୍ଷତିକାରକ ତାହାକୁ ସମାଜର ସୁଫଳ ପାଇଁ ପ୍ରୟୋଗ କରି ପ୍ରିୟରଞ୍ଜନ ଆମ ସମସ୍ତଙ୍କର ଏବେ ହୋଇପାରିଛନ୍ତି ଅତି ପ୍ରିୟ

  • Tags:

Subscribe

National International State Sports Entertainment