ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଗଳାକାଟି ହତ୍ୟା କରାଯାଇଥିବାବେଳେ ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ହୋଇଛି । ମୃତ ମହିଳା ଜଣ ହେଲେ ଗାୟତ୍ରୀ ସ୍ୱାଇଁ(୩୪) ଏବଂ ତାଙ୍କ ଝିଅ ହେଲେ ନିଲମ ସ୍ୱାଇଁ (୧୦) । ନିମଖଣ୍ଡି ପୋଲିସ ମୃତ ଦେହକୁ ଜବତ କରିଥିବାବେଳେ ଝିଅକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଗାୟତ୍ରୀ ସ୍ୱାଇଁ ଶ୍ରୀମା ନଗରରେ ଏକ ଭଡ଼ା ଘରେ ରହୁଥିଲେ । ଗତ ଶନିବାର ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ଭାଇଙ୍କ ଘର ହଞ୍ଜିଳିକାଟୁ ଯାଇଥିଲେ । ଗତକାଲି ସନ୍ଧ୍ୟାରେ ଘରକୁ ଫେରିଥିଲେ । ଆଜି ସକାଳୁ ଭଡ଼ା ଘରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ସଦର ଏସ୍ଡିପିଓ ତଦନ୍ତ କରୁଛନ୍ତି । ପୋଲିସ ନିକଟସ୍ଥ ସିସିଟିଭି ଫୁଟେଜକୁ ଜବତ କରାଯାଇଛି । ଲୋଚପଡ଼ା ଅଞ୍ଚଳରେ ବ୍ୟବସାୟ କରୁଥିବା ଜଣେ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।