ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ପ୍ରାୟ ୭୦ ଲକ୍ଷ ପାଖାପାଖି ମୂଲ୍ୟ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ୬୮୦ ଗ୍ରାମର ବ୍ରାଉନ ସୁଗାର ସହିତ ମାଆ ପୁଅ ବେପାରୀ ହୋଇଛନ୍ତି ।
ବିଶେଷ ସୂତ୍ରରୁ ଖବର ପାଇ, ବ୍ରାଉନସୁଗାର କାରବାର ନେଇ କାମାକ୍ଷାନଗରରେ ମୁଣ୍ଡିଦେଉଳି ସାହିରେ ଅବକାରୀ ବିଭାଗ କରିଥିଲା । ଟିମ୍ ୬୮୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଯାହାର ବଜାର ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏଥିରେ ସମ୍ପୃକ୍ତି ଥିବା ମାଆ ଓ ପୁଅ ଗିରଫ ହୋଇଛନ୍ତି । ଆଉ ଜଣେ ପୁଅ ମଧ୍ୟ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଏହି ମାଆ ପୁଅ ଗ୍ୟାଙ୍ଗ୍ ଯୁବପୀଢ଼ିମାନଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲେ । ତେବେ ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସିଲା ଏବଂ ଏହା ପଛରେ ଆଉ କେଉଁମାନେ ସମ୍ପୃକ୍ତି ଅଛନ୍ତି ସେ ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି ।