ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ଚନ୍ଦନ ପାର୍କ ଅଞ୍ଚଳରେ ଏକ ଭୟଙ୍କର ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ତିନି ନିଷ୍ପାପ ପିଲାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ ଘର ଭିତରେ ଏହି ଘଟଣା ଘଟିଥିଲା। ପାଖ ଲୋକମାନେ ଘଟଣା ବିଷୟରେ ଜାଣିବା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରି ଜଣଙ୍କ ମୃତଦେହ ଉଦ୍ଧାର କରିଛି। ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଦିଲ୍ଲୀ ପୋଲିସ ଅନୁଯାୟୀ, ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ଖୋଜିବା ପାଇଁ ଅନେକ ଦଳ ଗଠନ କରାଯାଇଛି। ନିକଟବର୍ତ୍ତୀ ସିସିଟିଭି ଫୁଟେଜ୍ ସ୍କାନ କରାଯାଉଛି ଏବଂ ସମ୍ଭାବ୍ୟ ଆଡ୍ଡାଗୁଡ଼ିକ ଉପରେ ଚଢାଉ କରାଯାଉଛି। ହତ୍ୟା ପଛର ଉଦ୍ଦେଶ୍ୟ ଜଣାପଡିନାହିଁ। ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି।
ଅଧିକ ପଢ଼ନ୍ତୁ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଦେବେ ପୂର୍ବତନ ପତ୍ନୀ