ରାଜ୍ୟରେ କମୁନାହିଁ ବନ୍ୟା ପ୍ରାଣୀଙ୍କ ଶିକାର, ଘଞ୍ଚ ଜଙ୍ଗଲର ଉପରେ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି ଶିକାରୀ । ନିଶାର୍ଦ୍ଧରେ ଘଞ୍ଚ ଜଙ୍ଗଲରେ ଗଜୁର୍ଛି ବନ୍ଧୁକ, ଶିକାରୀ ଗୁଳିରେ ମରୁଛନ୍ତି ବନ୍ୟା ପ୍ରାଣୀ ।
ସୂଚନା ଅନୁସାରେ ଦଶପଲ୍ଲା ବନାଞ୍ଚଳ ବିଲୁଆପଡ଼ା ଘାଟିରେ ହାତୀ ଦାନ୍ତ ପାଇଁ ଏକ ହାତୀକୁ ଶିକାରୀ ମାନେ ବିଦ୍ୟୁତ୍ ଫାଶ ସାହାଯ୍ୟରେ ମାରିଦେଇ ଦାନ୍ତ କାଟି ନେଇଛନ୍ତି। ପ୍ରାୟ ୧୫ ଦିନ ପରେ ଦନ୍ତାହାତୀର ମୃତ ଖବରପାଇ ବନବିଭାଗ ଦନ୍ତାହାତୀର ଗଳିତ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପର୍ଯ୍ୟାୟରେ ଶିକାରୀଙ୍କୁ ଚିହ୍ନଟ କରାଯାଇ ୨ଟି ହାତୀ ଦାନ୍ତ ସହ ୪ ଜଣଙ୍କୁ ଗିରଫ କରାଯାଇ ଥିବା ସୂଚନା ମିଳିଛି । ଏଇ କିଛିଦିନ ହେବ ବନବିଭାଗ ବାଘଛାଲ ଠାରୁ ଆରମ୍ଭକରି ବଜ୍ରକାପ୍ତା କାତି, ହରିଣ ଶିଙ୍ଘ, ଦେଶୀ ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ତଥାପି ଥମିବାର ନାଁ ନେଉନାହିଁ ଶିକାରୀଙ୍କ ଶିକାର । ନୟାଗଡ଼ ବିଭାଗୀୟ ବନ ଅଧିକାରୀ ଏବଂ ତାଙ୍କ ଟିମ୍ ଘଟଣା ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ : ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜଙ୍କ ସିଂହାସନ ଆରୋହଣ