ଖବର ଓଡ଼ିଶା: ସମ୍ବଲପୁର ସହରର ସୁନାପାଲି ଅଞ୍ଚଳରେ ବେଆଇନ ବ୍ରାଉନ ସୁଗାର କାରବାରରେ ପୁଲିସକୁ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଏମଡି ସେହେନେୱ।ଜ ଓ ପ୍ରକାଶ ଓରାମ । ସେମାନଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ ।
ସମ୍ବଲପୁର ସହରର ସୁନାପାଲି ଅଞ୍ଚଳରେ ବେଆଇନ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ବାରମ୍ଵାର ଅଭିଯୋଗ ହେଉଥିଲା । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ସଦର ଅବକାରୀ ଥାନା ପକ୍ଷରୁ ସୁନାପାଲି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଅବକାରୀ ପୁଲିସ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୨ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଚଢ଼ାଉ ସମୟରେ ଏକ ଏକ୍ଟିଭା ଗାଡ଼ି, ୨ ଗୋଟି ମୋବାଇଲ ଫୋନ ଜବତ କରିଛି ପୁଲିସ । ଏମଡି ସେହେନେୱ।ଜ ଓ ପ୍ରକାଶ ଓରାମଙ୍କୁ ପୁଲିସ ହେପାଜତରେ ନେଇ ଅଧିକ ପଚରା ଉଚରା ଜାରି ରଖିଛି । ତେବେ ସୁନାପାଲି ଠାରୁ ଏହି ବେଆଇନ ବ୍ରାଉନ ସୁଗାର କାରବାରରେ ଚେର ଆଉ କେଉଁ ଅଞ୍ଚଳକୁ ଲମ୍ବିଛି ସେ ନେଇ ସଦର ଅବକାରୀ ଥାନା ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ନେଇ ସୂଚନା ମିଳିଛି ।