ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଛି ମୁଣ୍ଡ । ଖଣ୍ଡା ଚୋଟରେ ଗଡିଲା ଜଣେ ଯୁବକଙ୍କ ମୁଣ୍ଡ । ମୃତକଙ୍କ ନାଁ ଅଞ୍ଜନ ବେହେରା ହୋଇଥିବାବେଳେ ତାଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀ ବୋଲି ଜଣାପଡ଼ିିଛି । ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ମୃତକ ଅଞ୍ଜନ ବେହେରା କକଟେଲ ବୟ ଭାବେ କାମ କରୁଥିବାବେଳେ ସେହି ଅଞ୍ଚଳର ଏକ ଯୁବତୀ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା । ତେବେ ଶୁକ୍ରବାର ଅଞ୍ଜନଙ୍କୁ ଦେଖା କରିବା ବାହାନାରେ ଡାକି ତାଙ୍କୁ ହତ୍ୟା କରାଇଥିଲେ ତାଙ୍କ ପ୍ରେମିକା ଏବଂ ପୁରୁଣା ପ୍ରେମିକ । ରାତି ପ୍ରାୟ ୨ଟା ସମୟରେ ଏଭଳି ଅଘଟଣ ଘଟିଛି । ଗୁରୁଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କରିଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୁଲିସ । ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୁଲିସ । ପ୍ରାଥମିକ ତଦନ୍ତରୁ ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି ।
ଅଧିକ ପଢ଼ନ୍ତୁ : ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ