ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ଏକ ହୃଦୟ ବିଦାରକ ଘଟି ଯାଇଛି । ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ବ୍ରହ୍ମପୁର ଏମକେଜି ମେଡ଼ିକାଲରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ମୃତକ ମାନେ ହେଲେ ସ୍ୱର୍ଗତ ରବୀନ୍ଦ୍ର ରେଡ୍ଡୀଙ୍କ ପତ୍ନୀ ମାମି ରେଡ୍ଡୀ, ପୁଅ ରାକେଶ ରେଡ୍ଡୀ (୨୩) ଏବଂ ଝିଅ ମୀନା ରେଡ୍ଡୀ (୨୦) ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ପାଳିବନ୍ଧ ଗାଁର ମା’ ମାମି ରେଡ୍ଡୀ, ପୁଅ ରାକେଶ ଏବଂ ଝିଅ ମୀନା ବିଷ ପିଇ ଦେଇଥିଲେ । ପଡ଼ୋଶୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବାରୁ ସମସ୍ତଙ୍କୁ ସେଠାରୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଗତକାଲି ରାତିରେ ମାଆ ଏବଂ ପୁଅ ପ୍ରାଣ ହରାଇଥିଲେ । ଝିଅ ମୀନାଙ୍କର ଚିକିତ୍ସା ଚାଲୁଥିବାବେଳେ ସୋମବାର ଭୋରୁ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗଞ୍ଜାମ ଏସଡିପିଓ ଗାଁରେ ପହଁଚି ପଚାରଉଚରା କରିଛନ୍ତି । କାହିଁକି ଗୋଟିଏ ପରିବାର ତିନି ସଦସ୍ୟ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ି ନ ଥିବାବେଳେ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଜଣା ପଡ଼ିଛି ।
ତେବେ ଏଠାରେ କହି ରଖୁଛୁ, ବାପା ରବୀନ୍ଦ୍ର ରେଡ୍ଡୀଙ୍କର ଗତ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି । ସେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।