ଦିଲ୍ଲୀରେ ଚାଞ୍ଚଲ୍ୟ, ନ୍ୟାୟର ମନ୍ଦିରରେ ମହିଳାଙ୍କୁ ଦୁଷ୍କର୍ମ
Khabar Odisha:delhi-woman-raped-on-rouse-avenue-court-premises-accused-arrested
ନୂଆଦିଲ୍ଲୀ, ଜୁନ ୨୩ (ଖବର ଓଡ଼ିଶା):

ଦେଶରେ ଦିନକୁ ଦିନ ବଢୁଥିବା ବଳତ୍କାର ମାମଲା ବିଷୟରେ ତ ଆପଣ ମାନେ ନିଶ୍ଚୟ ସବୁବେଳେ ଖବର ପଢୁଥିବେ । ବଳତ୍କାରର ଶିକାର ହେଉଥିବା ପୀଡିତାଟିକୁ ନ୍ୟାୟ ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡିଥାଏ । ଆଉ ତାକୁ ନ୍ୟାୟର ମନ୍ଦିରରୁ(ନ୍ୟାୟଳୟ) ନ୍ୟାୟ ମିଳିଥାଏ । ହେଲେ ଯଦି ନ୍ୟାୟର ମନ୍ଦିରରେ ପୀଡିତାଟିକୁ ବଳତ୍କାର କରାଯିବ ତେବେ ସେ ନ୍ୟାୟ ପାଇବା ପାଇଁ ଯିବ କେଉଁଠିକୁ ? ହଁ ଆଜ୍ଞା ଆପଣ ଠିକ ଭାବୁଛନ୍ତି ଦେଶର ରାଜଧୀନୀ ଦିଲ୍ଲୀରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ପରିସରରେ ଥିବା ଏକ କୋଠରୀରେ ଜଣେ 38 ବର୍ଷୀୟ ମହିଳା ବଳତ୍କାରର ଶୀକାର ହୋଇଛନ୍ତି । ପୋଲିସର ସୂଚନାନୁସାରେ, ସୋମବାର ଘଟିଥିବା ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୋମବାର, ଜୁନ୍ 22 ରେ, ଦିଲ୍ଲୀ ପୋଲିସକୁ ମିଳିଥିବା ସୂଚନା ଅନୁସାରେ କୋର୍ଟକୁ କୌଣସି ମାମଲାରେ ଅଭିଯୋଗ କରିବା ପାଇଁ ଆସିଥିବା ଜଣେ ମହିଳା ଅଭିଯୋଗକାରୀଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ବଳାତ୍କାର କରାଯାଇଥିଲା । ଅଭିଯୋଗରେ କୁହାଯାଇଥିଲା ଯେ କୋର୍ଟରେ ଅର୍ଡଲି ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଏହି ବଳାତ୍କାର ଘଟଣାରେ ଅଭିଯୁକ୍ତ ଅଛନ୍ତି ।

38 ବର୍ଷୀୟା ମହିଳା ଦିଲ୍ଲୀର ହଜ କାଶ ଅଞ୍ଚଳରେ ରୁହନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ରାଜେନ୍ଦ୍ର ତାଙ୍କୁ ରାଉସ୍ ଆଭେନ୍ୟୁରେ ଥିବା କୋର୍ଟ ନମ୍ବର 308 ର ବିଶ୍ରାମ କକ୍ଷରେ ବଳାତ୍କାର କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ମହିଳାଙ୍କ ଡାକ୍ତରୀ ଯାଞ୍ଚ କରିଥିଲା ​​ଯେଉଁଥିରେ ବଳାତ୍କାର ହୋଇଥିବା ନେଇ ପ୍ରମାଣିତ ହୋଇଥିଲା । ଏହା ପରେ ଦିଲ୍ଲୀ ପୋଲିସ ଆଇପିସିର ଧାରା 376, 132/20 ଅନୁଯାୟୀ ଏକ ଏଫଆଇଆର ପଞ୍ଜୀକୃତ କରି ଅଭିଯୁକ୍ତକୁ ଗିରଫ କରିଛି ।

ପରେ ଏହି ଘଟଣା ଜଣାପଡିବା ପରେ ଏହି ମାମଲାକୁ ନେଇ ଦିଲ୍ଲୀରେ ପ୍ରବଳ ଚର୍ଚ୍ଚା ହେଉଛି ।

  • Tags:

Subscribe

National International State Sports Entertainment