କେବେ ଥମିବ ଏ ଲଜ୍ଜା ! କମଳାର ଲୋଭ ଦେଖାଇ କଟକରେ ନାବାଳିକାକୁ ବଳାତ୍କାର
Khabar Odisha:crime-odisha-minor-girl-was-raped-in-cuttack-today
କଟକ, ଡିସେମ୍ବର୦୭(ଖବର ଓଡ଼ିଶା):

 ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ଓ ହତ୍ୟା ଏବଂ ଉନ୍ନାଓର ବଳାତ୍କାର ପୀଡ଼ିତାଙ୍କୁ ଜିଅନ୍ତା ଜାଳିଦେବା ମାମଲା ସମଗ୍ର ଦେଶକୁ ସ୍ତବ୍ଧ କରିଛି। ସେହି ପରି ଓଡ଼ିଶାରେ ପୁରୀରେ ନାବାଳିକାଙ୍କୁ ପୋଲିସ କନଷ୍ଟେବଳଙ୍କ ବଳାତ୍କାର ମାମଲା ମନରୁ ନଯାଉଣୁ କଟକରୁ ଆସିଛି ଲଜ୍ଜାଜନକ ଖବର। କମଳାର ପ୍ରଲୋଭନ ଦେଖାଇ ୫ ବର୍ଷର ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏଭଳି ଏକ ଅମାନବୀୟ ଘଟଣା ଘଟିଛି କଟକର ବାଦାମବାଡ଼ି ଥାନା ଅଞ୍ଚଳରେ ।

ତେବେ ଅଭିଯୁକ୍ତକୁ ଅସଂଯତ ଅବସ୍ଥାରେ ବିଶ୍ଵନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ବାହାରୁ କାବୁ କରି ସ୍ଥାନୀୟ ଲୋକେ ଥାନାରେ ଜିମା ଦେଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣା ଏମିତି ସମୟରେ ଆସିଛି ଯେବେ ସମଗ୍ର ଦେଶରେ ମହିଳା ଓ ଯୁବତୀଙ୍କ ସୁରକ୍ଷା ନେଇ ଲୋକେ ସଡ଼କକୁ ଓହ୍ଲାଇଛନ୍ତି। 

ରାଜ୍ୟରେ ମଧ୍ୟ ବଳାତ୍କାର ମାମଲା ବଢ଼ିବାରେ  ଲାଗିଛି। ମାତ୍ର ଅପରାଧୀଙ୍କୁ ନା ମିଳୁଛି କଠୋର ସଜା ନା ପୀଡ଼ିତାଙ୍କୁ ମିଳୁଛି ନ୍ୟାୟ। ଏ ନେଇ ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା ପ୍ରତି ମଧ୍ୟ ଜନତା ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ରାଜ୍ୟ ସରକାରଙ୍କ ଉଦାସୀନତା ବିରୁଦ୍ଧରେ ବିଭିନ୍ନ ସଂଗଠନ ଗର୍ଜୁଛନ୍ତି । କାରଣ ଏ ପର୍ଯ୍ୟନ୍ତ ନା କୁନ୍ଦୁଲୀ  ପୀଡ଼ିତା ନା ପିପିଲି ପୀଡ଼ିତା ନା ପିଇଓ ସ୍ମିତାରାଣୀଙ୍କ ମାମଲାରେ ପରିଜନଙ୍କୁ ନ୍ୟାୟ ମିଳିଛି।

Subscribe

National International State Sports Entertainment