ପରକୀୟା ପ୍ରୀତି ହେଲା କାଳ, ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Khabar Odisha:crime-odisha-bolangir-extra-marital-affairs-women-dead-body-rescued
ବଲାଙ୍ଗୀର, ମାର୍ଚ୍ଚ ୧୨(ଖବର ଓଡିଶା):

ବଲାଙ୍ଗୀର ସହରରେ ପରକୀୟା ପ୍ରୀତିରୁ ମହିଳାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଇଚ୍ଛାପଡା ସମଲେଇ ନଗରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । 

ସୂଚନାନୁସାରେ, ଆଜି ସକାଳେ ସମଲେଇ ନଗରରେ ଜଣେ ମହିଳାଙ୍କ ମୃତଦେହ କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ  । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ପରକୀୟା ପ୍ରୀତିରୁ ମହିଳାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । 

ପରିବାର ଲୋକଙ୍କ କହିବାନୁସାରେ, ଗତକାଲି ମହିଳାଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ଘର ଛାଡି ପଳାଇ ଆସିଥିଲେ । ପ୍ରେମିକ ଜଣଙ୍କ ତାଙ୍କୁ ହତ୍ୟା କରି ଗଛରେ ଝୁଲେଇ ଦେଇଥିବା ସନ୍ଦେହ କରାଯାଉଛି । ବର୍ତମାନ ପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଟାଇବା ସହ ତନାଘନା ଆରମ୍ଭ ରଖିଛି ।

  • Tags:

Subscribe

National International State Sports Entertainment