ଖନ୍ତାପଡ଼ା: ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୃତକ ମହିଳା ଜଣକ ହେଲେ ନାଚିନ୍ତା ଗ୍ରାମର ସୁନୀଲ କୁମାର ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ନାଥ(୨୭) । ଏ ନେଇ ସ୍ୱାମୀ ସୁନୀଲ ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତି ୮ଟା ସମୟରେ ସଂଯୁକ୍ତାଙ୍କୁ କାର୍ଯ୍ୟରତ ଡାକ୍ତର ତପନ କୁମାର ପରିଡା ରକ୍ତ ନମୂନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ରକ୍ତ ନମୂନାର ପରୀକ୍ଷାରୁ ତାଙ୍କର ନିମୋନିଆ ହୋଇଥିବା ଡାକ୍ତର କହିଥିଲେ । ଆରବିସି ମଧ୍ୟ କମ ଥିଲା । ସଂଯୁକ୍ତାଙ୍କୁ ଖାଦ୍ୟ ଦିଆଯିବାରେ ଇଂଜେକନ୍ସ ମଧ୍ୟ ଦେଇଥିଲେ । ମାତ୍ର ଇଂଜେକନ୍ସ ନେବାର କିଛି ସମୟ ପରେ ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବା ଆରମ୍ଭ କରିଥିଲା । ଏହା ସହିତ ତାଙ୍କର ପଲସ ରେଟ୍ ମଧ୍ୟ ଧିରେ ଧିରେ କମିବା ଆରମ୍ଭ କରିଥିଲା । ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏ ନେଇ ସୁନୀଲ ଥାନାରେ ଅଭିଯୋଗ କରିଛନ୍ତି । ଡାକ୍ତରଙ୍କ ଚିକିତ୍ସାର ଅବହେଳା ପାଇଁ ସଂଯୁକ୍ତା ମୃତ୍ୟୁ ହୋଇଥିବା ସେ କହିଛନ୍ତି । ଏତଲା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି ।