ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଲୁଟ୍ ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସର ଏନ୍କାଣ୍ଟରର ଶିକାର ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଗୁଳିମାଡ଼ରେ ଆହତ ପ୍ରଫୁଲ୍ଲକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭଦ୍ରକ ପୋଲିସର ସୂଚନା ଅନୁସାରେ ଗ୍ରାମାଞ୍ଚଳ ଥାନା ଅଧୁନସୁ ନୂଆସାହି ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ବୁଧବାର ରାତିରେ ଲୁଟ ପାଇଁ ଜଣେ ସହଯୋଗୀ ସହ ଯୋଜନା କରୁଥିଲା। ଏନେଇ ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଅତର୍କିତ ଚଢ଼ଉ କରିଥିଲା। ଏହି ଚଢଉ ଟିମ ହାତରେ ଧରା ପଡ଼ିବା ପୂର୍ବରୁ ପ୍ରଫୁଲ୍ଲ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ହେଉଥିଲା। ତେବେ ସେ ପୋଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନରୁ ଖସି ପାରି ନଥିଲା।
ପୋଲିସର ଏନକାଉଣ୍ଡରରେ ପ୍ରଫୁଲ୍ଲର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରୁ ତାର ସହଯୋଗୀ ଚମ୍ପଟ ମାରିଛି। ପୋଲିସ କହିଛି ଯେ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ପ୍ରଫୁଲ୍ଲର ନାମରେ ଅପରାଧିକ ମାମଲା ରହିଛି।
ଅଧିକ ପଢ଼ନ୍ତୁ: ଚୀନ୍ର ଗୁଆଙ୍ଗସିରେ ଶକ୍ତିଶାଳୀ ବିସ୍ଫୋରଣ: ୭ ଜଣଙ୍କର ମୃତ୍ୟୁ, ୧୭ ଜଣ ଆହତ