ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଲୁଟିନେଲେ କୋଟି କୋଟି ଟଙ୍କା । ଏଟିଏମ ଟଙ୍କା ଲୋଡିଂ ଭ୍ୟାନରୁ ହେଲା ଲୁଟ । ଦେଢ କୋଟିରୁ ଅଧିକ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ,କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ନୂଆ ସଡକ ରାସ୍ତା ରାଇସ୍ ମିଲ୍ ନିକଟରୁ ଲୁଟ୍ ହୋଇଛି । ଟଙ୍କା ଭର୍ତ୍ତି ଟ୍ରଙ୍କ ଯାଉଥିବା ବେଳେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି କିଛି ଡୁବୁର୍ତ୍ତ । ଡ୍ରାଇଭରଙ୍କ କହିବା ଅନୁଯାୟୀ , ଗୋଟେ ସ୍କର୍ପିଓ ,ବାଇକ୍ ଓ ସ୍କୁଟିରେ ୭ ଜଣ ଦୁର୍ବୃତ୍ତ ଆସିଥିଲେ । ସବୁ ଦୁର୍ବୃତ୍ତମାନେ ମାସ୍କ ପିନ୍ଧିଥିଲେ । ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ବନ୍ଧୁକ ମୁନରେ ସବୁ ଟଙ୍କା ଲୁଟିନେଲେ । ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଭ୍ୟାନରୁ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଦିନ ଦ୍ବିପହରେ ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର ୪ ଜଣ କର୍ମଚାରୀ ଆଠଗଡ଼ ଏସ୍ବିଆଇରୁ ଟଙ୍କା ଉଠାଇଥିଲେ । ଓ ତାକୁ ନେଇ ବିଭିନ୍ନ ଏଟିଏମ୍ରେ ଭର୍ତ୍ତି କରିବାକୁ ଯାଇଥିଲେ । କିନ୍ତୁ ସେମାନେ ଟଙ୍କା ଭର୍ତ୍ତି କରିବା ପାଇଁ ଯାଉଥିବା ସମୟରେ ଲୁଟ୍ର ଶିକାର ହୋଇଛନ୍ତି । ଘଟଣାର ଖବର ପାଇବା ପରେ ପୋଲିସ ତିଗିରିଆ ଓ ଆଠଗଡ଼ ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତଦନ୍ତକୁ ଜୋରଦାର କରିଛି ।
ଆଗକୁ ପଢନ୍ତୁ :- ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଏଲପିଜି ଗ୍ୟାସ ଟ୍ୟାଙ୍କର