ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଝାମ୍ପି ନେଲା ଚୋର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ,ପୁରୀ ତାଳବଣିଆ ଥାନା ଅଧୀନ ମଧୁବନ ଠାରେ । ମଧୁବନ ନିକଟରେ ଜଣେ ମହିଳାଙ୍କ ଠାରୁ ଟଙ୍କା ବୋଝେଇ ବ୍ୟାଗ ଝାମ୍ପି ନେଲେ ୨ ଲୁଟେରା । ଏହି ଲୁଟର ଶିକାର ହୋଇଛନ୍ତି ମଧୁବନ ଅଂଚଳର ବିଚିତ୍ରା ବିଶ୍ୱାଳ । ବିଚିତ୍ରା ଓ ତାଙ୍କ ପୁଅ ଚିତ୍ରସେନ ନିକଟସ୍ଥ SBI ବ୍ୟାଙ୍କ୍ରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ସେମାନେ ମଧୁବନର ପ୍ରଥମ ଲେନ୍ ଅତିକ୍ରମ କରିବା ବେଳେ ୨ଜଣ ଦୁବୃର୍ତ୍ତ ତାଙ୍କ ପିଛା କରୁଥିଲେ । ସମ୍ପୃକ୍ତ ୨ ଲୁଟେରା ଏକ ବାଇକରେ ଆସି ବିଚିତ୍ରାଙ୍କୁ ହାତରୁ ଟଙ୍କା ବ୍ୟାଗ୍ ଟିକୁ ନେଇ ଯାଇଥିଲେ । ପରେ ବିଚିତ୍ରା ତାଳବଣିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ସିସିଟିଭି ଫୁଟେଜ୍ ଜବତ ସହ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇଲେ ଶାଶୂଘର ଲୋକେ