ଫୋକସରେ ଆଜେକ୍ସଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍, ଏକ୍ସପୋଜ୍ କରିବା ପାଇଁ ୩ଜଣ ଯୁବତୀ ହ୍ୱାଟ୍ସଆପ୍ ଗ୍ରୁପ୍ କରିଥିବା ସୂଚନା
Khabar Odisha:The-deceased-was-into-relationship-with-3-girls
ଖବର ଓଡିଶା : 24/03/2023

 ଦିନ ଓ ସମୟ ଗଡ଼ୁଛି; ଆଉ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାର ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଡିଜେ ଅଜେକ୍ସଙ୍କ ମୃତ୍ୟୁକୁ ନେଇ ଆଜି ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ । ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ତିନି ଯୁବତୀ ଏସବୁ ଜାଣିବା ପରେ ହ୍ୱାଟ୍ସଆପ୍‌(WhatsApp)ରେ ଏକ ଗ୍ରୁପ୍ ଖୋଲିଥିଲେ | ସାଇବର ଏକ୍ସପର୍ଟଙ୍କ ଯାଞ୍ଚ ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଆଜେକ୍ସଙ୍କ ଅସଲ ମୁଖା ଖୋଲିବାକୁ ଏକ ହୋଇଥିଲେ ତିନି ଯୁବତୀ । ହ୍ୱାଟ୍ସଆପ୍ ଗ୍ରୁପ୍ କରି ତିନି ଜଣ ଆଜେକ୍ସଙ୍କ ସଂପର୍କରେ କଥା ହେଉଥିଲେ । ଆଜେକ୍ସଙ୍କ ମୁଖା ଖୋଲିବାକୁ ଏମାନେ ଏକାଠି ହୋଇଥିବା କୁହାଯାଉଛି । ଏସମ୍ପର୍କରେ ପୋଲିସ୍‌ ସୁରାକ ପାଇବା ପରେ ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚରା ପାଇଁ ପୋଲିସ୍‌ ଯୋଜନା ଚଳାଇଛି। ଖୁବ୍‌ଶୀଘ୍ର ବାକି ୨ ଯୁବତୀଙ୍କୁ ଖାରବେଳନଗର ପୋଲିସ ଜେରା କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

Subscribe

National International State Sports Entertainment