୩ଦିନ ହେବ ନିଖୋଜ ଥିବା ମହିଳାଙ୍କ ମୃତଦେହ ଜଙ୍ଗଲରୁ ଅଖା ଭିତରୁ ଉଦ୍ଧାର କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗାଁରେ। ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ଘଟଣାର ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ , ଜଙ୍ଗଲରେ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଗତ ୩ ଦିନ ହେବ ମୃତକ ମହିଳା ଜଣଙ୍କ ନିଖୋଜ ଥିଲେ। ଏନେଇ ମହିଳାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ତଦନ୍ତ କରିବା ସହ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଥିଲା। ମୃତକ ମହିଳାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ମାନିଥିଲେ। ପୋଲିସ ଆଜି ଠାକୁରମୁଣ୍ଡା ରାସ୍ତା ନିକଟ ଜଙ୍ଗଲରୁ ଏକ ଅଖା ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। କେଉଁ କାରଣ ପାଇଁ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ତାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପାରିବାରିକ କଳହ ନା ଆଉ କିଛି କାରଣରୁ ଏପରି ଘଟଣା ଘଟିଛି ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ। ତେଣୁ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ଓଲଟିଲା ଟ୍ରକ : ୨ ମୃତ