ପୁଣି ଘଟିଛି ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଛି ଏକ ମାଲବୋଝେଇ ଟ୍ରକ ଆଉ ଚାଲିଯାଇଛି ୨ ଜଣଙ୍କର ଜୀବନ । ସୂଚନା ଅନୁସାରେ, କଲିକତାରୁ ସମ୍ବଲପୁର ଅଭିମୁଖେ ଆସୁଥିଲା ଏକ ମାଲବୋଝେଇ ଟ୍ରକ । ଟ୍ରକଟି ଭାରସ୍ୟାମ ହରାଇ କେନ୍ଦୁଝର କାଇପୁର ପୋଲ ତଳକୁ ଖସିପଡିଥିଲା ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାଟି ଜାତୀୟ ରାଜପଥ ୪୯ରେ ହୋଇଛି । ଟ୍ରକଟି ପୋଲତଳକୁ ଖସି ପଡିଥିଲା ଯାହା ଫଳରେ ଡ୍ରାଇଭର ଓ ହେଲପରଙ୍କର ଜୀବନ ଚାଲିଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିନାହିଁ ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : କଳାହାଣ୍ଡିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା