ଫାର୍ମ ହାଉସରୁ ଉଦ୍ଧାର ହେଲା ମୃତଦେହ । ଏମିତି ଏକ ଅଭାବନୀୟ ଘଟଣା ,ଟାଙ୍ଗି ଚୌଦ୍ବାର ବ୍ଲକ ଅନ୍ତର୍ଗତ ସଫା ପଞ୍ଚାୟତର ସୁଆଁରି ଗ୍ରାମ ନିକଟରେ ଘଟିଛି ।
ସୁଆଁରି ଗ୍ରାମ ନିକଟରେ ଥିବା ତାରିଣୀ ନର୍ସରୀ ଭିତରେ ଏକ ମୃତଦେହ ପଡ଼ି ରହିଥିଲା । ଖବର ପାଇ ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଆଉ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ମୃତଦେହକୁ ପଠାଇଦେଇଥିଲା । ପୋଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ସୂଚନା ଅନୁସାରେ ,ତାରିଣୀ ନର୍ସରୀରେ ପ୍ରତିଦିନ ୩ ଜଣ ରହୁଥିଲେ । କିନ୍ତୁ ସନ୍ଧ୍ୟାରେ ନର୍ସରୀ ମାଲିକ ତାଙ୍କ ଘରକୁ ଯାଇଥିଲେ । ସେ ଘରୁ ଆସି ଦେଖିଲେ ଯେ ପାଖ ପୋଖରୀରେ ଏକ ମୃତଦେହ ପଡ଼ିରହିଛି । ସେ ଏକଥା ଦେଖିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ମୃତବ୍ୟକ୍ତି ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ଭୁଗୁ ନାୟକ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଛି ବୋଲି ପୋଲିସ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଚୌଦ୍ବାର ଥାନା ଅଧିକାରୀ କହିଛନ୍ତି ।
ଆଗକୁ ପଢନ୍ତୁ :- ହ୍ୱାଟ୍ସଆପ ଲିଙ୍କ କ୍ଲିକ୍ କରିବାରୁ ଆକାଉଣ୍ଟରୁ କଟିଗଲା ୯୦ ହଜାର