କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଉତ୍ତେଜନା କମି ନଥିବା ବେଳେ ରାଜ୍ୟରେ ଜଣେ ନାବାଳିକାକୁ ଅସଦାଚରଣ ଘଟଣା ନେଇ ଚର୍ଚ୍ଚା ହେଉଛି। ଅଭିଯୁକ୍ତର ଘରେ ଭଙ୍ଗାରୁଜା କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତେବେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନେ ମମତା ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ପରଗଣାର ମଧ୍ୟଗ୍ରାମରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ଉତ୍ତ୍ୟକ୍ତ ଜନତା ଅଭିଯୁକ୍ତଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ମଧ୍ୟ ଭଙ୍ଗାରୁଜା କରିଥିଲେ।
ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଉତ୍ତ୍ୟକ୍ତ ଜନତା ପରଗଣାର ମଧ୍ୟଗ୍ରାମରେ ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟଙ୍କ ଦୋକାନ ଭଙ୍ଗାରୁଜା କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ଏହାବ୍ୟତୀତ ସ୍ଥାନୀୟ ଟିଏମସି ପଞ୍ଚାୟତ ସଭ୍ୟଙ୍କ ଘରେ ମଧ୍ୟ ଆକ୍ରମଣ ହୋଇଥିଲା। ପଞ୍ଚାୟତ ସଭ୍ୟଙ୍କ ସ୍ୱାମୀ ମଧ୍ୟସ୍ଥି ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ: ୭ ରାଜ୍ୟରେ ଚଢ଼ାଉ ବେଳେ ୧୯ ସାଇବର ଅପରାଧୀ ଗିରଫ