କେନ୍ଦୁଝର ବଡ଼ବିଲ ପୁରୁଣା ବସଷ୍ଟାଣ୍ଡରେ ଥିବା ଏକ ଚା' ଦୋକାନ ନିକଟରେ ଯୁବକକୁ ଛୁରାମାଡ଼। ଆଜି ସକାଳ ପ୍ରାୟ ୮ ବେଳେ ଏହି ଘଟଣା ଘଟିଛି । ଯୁବକ ଜଣକ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍. ଡି ଆକବର ବୋଲି ଜଣାପଡିଛି |
ଛୁରାମାଡ଼ରେ ଗୁରୁତର ଆକବରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଛୁରାମାଡ କରିଥିବା ଯୁବକଙ୍କ ନାଁ ସେହି ଅଂଚଳ ର ଡାକା ଏବଂ ସେ ଫେରାର ଥିବା ଜଣାପଡିଛି। ଛୁରାମାଡ଼ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ, ଘଟଣା ସମ୍ପର୍କରେ ଖବର ପାଇ ବଡ଼ବିଲ ପୋଲିସ ତଦନ୍ତ ଆରମ୍ଭ କରିଛି।