ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବେପାର । ପୋଲିସ ଯତିକି ଧରୁଛି ଆହୁରି ସତିକି ବଢ଼ିବାରେ ଲାଗିଛି ନିଶା କାରବାର । ଏମିତିକି ଅପରାଧୀ ଜେଲ ଭିତରେ ଥାଇ ମଧ୍ୟ ଅପରାଧରେ ଲିପ୍ତ ଅପରାଧୀ ଆଉ ମୋବାଇଲ ଯୋଗେ କରାଉଛନ୍ତି ଡିଲ୍ ।
ସୂଚନା ଅନୁସାରେ, ମଙ୍ଗଳବାର ଖୋର୍ଦ୍ଧା ଗୁରୁଜଙ୍ଗ ମହୋତ୍ସବ ପଡିଆରୁ ୨୬୨ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ ହୋଇଛି । ଘଟଣାରେ ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଟାଉନ୍ ଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଚଢ଼ାଉ କରିଥିଲା । ଅପରାଧୀଙ୍କ ଠାରୁ ୨୬୨ଗ୍ରାମ ବ୍ରାଉନ ସୁଗର, ୬ ଦାମୀ ମୋବାଇଲ, ଏକ ସ୍କର୍ପିଓ ଗାଡ଼ି ଜବତ କରିଛି । ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗିରଫ ନିଶା ମାଫିଆମାନେ ପୂର୍ବରୁ ମଧ୍ୟ ଧଳା ଜହର ବେପାରରେ ସଂପୃକ୍ତ ରହିଥିଲେ ବୋଲି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ : ଠକେଇ ଚାକିରି ରାକେଟର ପର୍ଦ୍ଦାଫାସ