ସମ୍ବଲପୁରରେ ଏସଟିଏଫର ଚଢାଉ, ପୁଣି ଠାବ ହେଲା ହାତୀ କଙ୍କାଳ ସମ୍ବଲପୁର, ଜୁଲାଇ ୨୪(ଖବର ଓଡିଶା): Share story: ସମ୍ବଲପୁରରେ ଏସଟିଏଫର ଚଢାଉ । ସମ୍ବଲପୁରରେ ଏସଟିଏଫର ଏକ ୩ ଜଣିଆ ଟିମ ଖୋଳତାଡ କରିଛନ୍ତି । ତେବେ ଏହି ଚଢାଉରେ ହାତୀ କଙ୍କାଳ ଠାବ ହୋଇଛି । ସେହିପରି ପ୍ରଥମେ ବୌଦ୍ଧ, ଆଠଗଡ ଆଉ ଏବେ ସମ୍ବଲପୁରରୁ ହାତୀ କଙ୍କାଳ ଠାବ କରିଛି ଏସଟିଏଫ । ସୂଚନା ଅନୁସାରେ, ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଞ୍ଜ କେଶାପାଲି ପଞ୍ଚାୟତ କୋଲଗାଁ ଜଙ୍ଗଲରେ ହାତୀକୁ ହତ୍ୟା କରାଯାଇଥିଲା । ହାତୀକୁ ହତ୍ୟା ପରେ ଜଙ୍ଗଲ ଭିତରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଖବର ପାଇଁ ଏସଟିଏଫ ଚଢାଉ କରିଥିଲା । ହାତୀ କଙ୍କାଳ ଜବତ ସହିତ ସମ୍ବଲପୁରରେ ହାତୀ ମାଫିଆ ସକ୍ରିୟ ଥିବା ଜଣାପଡିଛି । ତେବେ ପୋଡାଯାଇଥିବା ହାତୀର ବଡ ବଡ ହାଡ ରହିଥିବା ଦେଖିବାକୁ ମିଳିଛି । ଖବର ଓଡ଼ିଶା, Reporter, 24/07/2022