ରାଜ୍ୟରେ ଦିନକୁ ଦିନ ଅପରାଧ ର ସଂଖ୍ୟା ବଢ଼ିବାରେ ଲାଗିଛି । ଖାସ କରି ବିଭିନ୍ନ ଜାତୀୟ ତଥା ରାଜ୍ୟ ରାଜପଥରେ ଲୁଟପାଟ ର ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହା ରାଜ୍ୟ ପୋଲିସ ପ୍ରଶାସନ ପ୍ରତି ଚିନ୍ତାର ବିଷୟ ପାଲଟିଛି । ତବେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ରାଜପଥ ରେ ଚଳନ୍ତା କାର ଉପରକୁ ଗୁଳିମାଡ଼ କରି ଟଙ୍କା ଲୁଟିନେଇ ଛନ୍ତି କିଛି ଦୁର୍ବୁତ୍ତ। ଏକ ବୋଲେରୋ , ଡିଜେଆର ଓ ବାଇକରେ ୧୩ ଜଣ ଦୁର୍ବୁତ୍ତ ଆସି ଚଳନ୍ତା କାର ଉପରକୁ ଗୁଳିମାଡ଼ କରି ୧୭ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି । ଖିରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ଆଜି ସକାଳୁ ଏପରି ଘଟଣା ଘଟିଛି । ଲୁଟର ଶିକାର ବ୍ୟକ୍ତି ହେଲେ ରାଇରଙ୍ଗପୁର ବାଦଳା ଅଞ୍ଚଳର ଏସ୍ କେ ଆହାମ୍ମଦ । ସେ ଅନୁଗୁଳରୁ କାର ଯୋଗେ ଡ୍ରାଇଭର ସହ ଫେରୁଥିବା ସମୟରେ କେନ୍ଦୁଝର ପଟରୁ ତାଙ୍କ କାରକୁ ପିଛା କରି ଖିରେଇଟାଙ୍ଗିରୀରୁ ଟୋଲଗେଟ ନିକଟରେ ଦୁର୍ବୁତ୍ତ ମାନେ ତାଙ୍କ କାର ଉପରକୁ ଗୁଳି କରି ଟଙ୍କା ଲୁଟି ନେଇଛନ୍ତି । ଘଟଣା ଜଣା ପଡିବା ପରେ ପୋଲିସ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଛାନ୍ ଭିନ୍ ଜାରି ରଖିଛି ।
ଅଧିକ ପଢନ୍ତୁ : ଆସିପାରିଲାନି ଆମ୍ବୁଲାନ୍ସ ଜୀବନ ହାରିଲେ ଗର୍ଭବତୀ...