ଦିନ ଦିପହରରେ ଗୁଳି ଦେଖାଇ ଚୋରି କଲେ ଲୁଟେରା । ନା ପୋଲିସକୁ ଡର ନା ପ୍ରଶାସନକୁ ଭୟ । ଏମିତି ଏକ ଘଟଣା ଆଜି ଘଟିଛି, କଟକ ଜିଲ୍ଲା କନ୍ଦରପୁର ନିକଟ ମତ୍ତଗଜପୁରରେ, ଗୁଳି କରି ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।
ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ସୁନା ଲୁଟି ନେଇଛନ୍ତି ଅପରାଧୀ । ସୂଚନା ଅନୁସାରେ, ମତ୍ତଗଜପୁର ହାଟସାହି ବାସିନ୍ଦା ବିକାଶ ପେଶାରେ ଜଣେ ସୁନା ବ୍ୟବସାୟୀ। ସେ ଆଜି ସକାଳୁ ଘରୁ ବାହାରିଲା ସମୟରେ କିଛି ଲୁଟେରା ତାଙ୍କ ପିଛା କରିଥିଲେ । କିନ୍ତୁ ବିକାଶ ଏକଥା ଜାଣିପାରିନଥିଲେ । ଯେତେବେଳେ ସେ ଲେଭଲ କ୍ରସିଂ ନିକଟରେ ଯାଉଥିଲେ , ସେତେବେଳେ ନିଛାଟିଆ ଜାଗା ଦେଖି ୩ଟି ବାଇକରେ ୪ ଜଣ ଦୁର୍ବୃତ୍ତ ତାଙ୍କ ରାସ୍ତା ଅଟକାଇଥିଲେ । ପରେ ତାଙ୍କୁ ସମସ୍ତ ଟଙ୍କା ଓ ସୁନା ଦେବା ପାଇଁ ଧମକ ଦେଇଥିଲେ । ବ୍ୟବସାୟୀ ଜଣକ ନ ଡରି ତାଙ୍କ ସାମ୍ନା କରିଥିଲେ ହେଲେ ଲୁଟେରା ମାନେ ତାଙ୍କୁ ଡରେଇବା ପାଇଁ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ଫଳରେ ବ୍ୟବସାୟୀ ଜଣକ ଭୟଭୀତ ହୋଇଯାଇଥିଲେ। ଓ ନିଜ ପାଖରେ ଥିବା ସମସ୍ତ ସୁନା ସହ ୨୫ ହଜାର ଟଙ୍କା ଲୁଟେରାଙ୍କୁ ଦେଇଦେଇଥିଲେ । ବ୍ୟକ୍ତି ଜଣକ ସୁରକ୍ଷିତ ଥିବାର ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।
ଆଗକୁ ପଢନ୍ତୁ :- ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଖସି ପଳାଇଲେ