ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗାଁ ସ୍ଥିତ ଜିଏମ ଆଣ୍ଡ ଆଇରନ ଷ୍ଟିଲ ପ୍ଲାଣ୍ଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ମୃତକ ମାନେ ହେଲେ ଖାଲପାଳ ଗାଁର ଟୁଟୁ ମଳିକ, କୁଲେଇ ଗାଁର ସନ୍ତୋଷ ମଳିକ ଏବଂ କଟୁମୁଣ୍ଡା ଗାଁର ଗୋପବନ୍ଧୁ ନାୟକ। ସେମାନେ ଗୋଟିଏ ବାଇକରେ ୩ ଜଣ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟକ୍ରଟି ପ୍ରାୟ ଶହେ ମିଟର ବାଟ ଘୋଷାଡି ନେଇଥିଲା। ଘଟଣା ସ୍ଥଳରେ ତିନି ଜଣଙ୍କ ଜୀବନ ଚାଲିଯାଇଛି। ଏ ନେଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଘଟଣା ସ୍ଥଳରୁ ଫେରାର ମାରିଛି।