ବଲାଙ୍ଗୀର: ଗୋଷ୍ଠୀ ସଂଘର୍ଷରୁ ରକ୍ତପାତ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ତଥା ବଲାଙ୍ଗିର ସଦର ଥାନା ବିରକେଲ ଗାଁରେ ଗୋଷ୍ଠୀ ସଂଘର୍ଷରେ ଗୋଟିଏ ପକ୍ଷରୁ ୩ଜଣ ଗୁରୁତର ହୋଇ ଭୀମ ଭୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତରମାନେ ବିର୍କେଲ ଗାଁର ରଞ୍ଜିତ ପଟେଲ, ଚୈତନ୍ୟ ପଟେଲ ଓ ରମାକାନ୍ତ ପଟେଲ ।
ଅଭିଯୋଗ ଅନୁସାରେ, ବିରକେଲ୍ ଗାଁର ଟିକ୍ରାପଡ଼ାରେ ହେବାକୁ ଥିବା ଅଷ୍ଟପ୍ରହରୀ ପାଇଁ ଚାନ୍ଦା ଆଦାୟକୁ ନେଇ ଆୟୋଜକ କମିଟି ଓ ରଞ୍ଜିତଙ୍କ ପରିବାର ମଧ୍ୟରେ ମଙ୍ଗଳବାର ବିବାଦ ଦେଖା ଦେଇଥିଲା । ରଞ୍ଜିତଙ୍କ ପରିବାର ପକ୍ଷରୁ ପ୍ରହରୀ ଚାନ୍ଦା ଦେବାକୁ ଯାଇଥିବା ବେଳେ ଆୟୋଜକ କମିଟି ରଖିବାକୁ ମନା କରି ଦେଇଥିଲେ । ଗତକାଲି ସକାଳେ ରଞ୍ଜିତ, ତାଙ୍କ ବଡ଼ବାପା ପୁଅ ଭାଇ ରମାକାନ୍ତ ଓ ଚୈତନ୍ୟ ଚାନ୍ଦା ଟଙ୍କା କାହିଁକି ରଖିଲ ନାହିଁ ବୋଲି ଆୟୋଜକ କମିଟିକୁ ପଚାରିବାକୁ ଯାଇଥିଲେ । ଏଥିରେ ୨ ପକ୍ଷରୁ ଗଣ୍ଡଗୋଳ ହୋଇଥିଲା । ରଞ୍ଜିତ, ରମାକାନ୍ତ ଚୈତନ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ରଞ୍ଜିତ, ରମାକାନ୍ତ ଓ ଚୈତନ୍ୟ ଗୁରୁତର ହୋଇଥିବା ବେଳେ ପରିବାର ଲୋକେ ୩ଜଣଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଚୈତନ୍ୟଙ୍କ ବାପା ଲେକ୍ରୁ ପଟେଲଙ୍କ ଅଭିଯୋଗକ୍ରମେ ସଦର ପୁଲିସ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।